ଟ୍ରେନ୍‌ ଆସୁଥିବାବେଳେ ହତାଠ୍‌ ଟ୍ରାକରେ ଛିଡା ହୋଇଗଲେ ଓଡିଆ ଯୁବକ

ଭୟଙ୍କର ଦୃଶ୍ୟ। ଛାତି ଥରାଇଦେବା ଭଳି ଘଟଣା। ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ସୁଇସାଇଡ୍‌ ଲାଇଭ୍‌। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦ ରେଳ ଷ୍ଟେସନରେ। ଟ୍ରେନ୍‌ ଆସୁଥିବାବେଳେ ହତାଠ୍‌ ଟ୍ରାକରେ ଛିଡା ହୋଇଗଲେ ଜଣେ ଯୁବକ। କଣ ଘଟିବ କିଛି ବୁଝିବା ପୂର୍ବରୁ ଯୁବକକ ଜଣଙ୍କୁ ଧକ୍କା ମାରି ଚାଲିଯାଇଥିଲା ଲୌହ ଦାନବ।

ନିମିଷକ ମଧ୍ୟରେ ଚାଲିଯାଇଥିଲା ଜୀବନ। ଆତ୍ମହତ୍ୟା କରିଥିବା ଯୁବକଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରା ଥାନା ବଟେଶ୍ୱର ଗାଁରେ। ବୁଲୁଙ୍କ ଦାଦା ହାଇଦ୍ରାବାଦରେ ଦୋକାନ କରିଥିବାବେଳେ ୩ ଦିନ ପୂର୍ବରୁ ସେ ସେଠାକୁ ବୁଲିବାକୁ ଯାଇଥିଲେ। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ।

Spread the love