ଓଡ଼ିଶାକୁ ରେଳ ଅନୁଦାନ: ପୂର୍ବତଟ ରେଳପଥ ପାଇଁ ୫,୦୬୩.୦୧ କୋଟି ଟଙ୍କା ମଞ୍ଜୁର

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ୨୦୨୨-୨୩ ପାଇଁ ବଜେଟ୍‌ ଘୋଷଣା କରିଛନ୍ତି। ଚଳିତ ବଜେଟ୍‌ରେ ପୂର୍ବତଥ ରେଳପଥ ପାଇଁ ୫,୦୬୩.୦୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରୁ ୩୧୭.୧୮ କୋଟି ଟଙ୍କା ନୂଆ ରେଳ ପଥ ପାଇଁ ମଞ୍ଜୁର ହୋଇଥିବା ବେଳେ ୧୮୬୧.୧୪ କୋଟି ରେଳ ପଥକୁ ଦୋହରୀକରଣ ପାଇଁ ମଞ୍ଜୁରୀ ପାଇଛି।୨୦୨୨-୨୩ ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ୫,୦୬୩.୦୧ କୋଟି ଟଙ୍କା ଅନୁଦାନ ମିଳିଛି। ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳପଥ ପାଇଁ ୮୯୧.୧୨ କୋଟି ଅନୁଦାନ ମିଳିଛି। ସେହିପରି ଜୟପୁର-ମାଲକାନଗିରି ରେଳପଥ ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ୪୬ କୋଟି ଅନୁଦାନ ମିଳିଥିବା ବେଳେ ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି ମିଳିଛି। ସେହିପରି ହରିଦାସପୁର-ପାରାଦୀପ ରେଳପଥ ପାଇଁ ୮୫ କୋଟି ମଞ୍ଜୁରୀ ହୋଇଥିବା ବେଳେ ତାଳଚେର-ବିମଳାଗଡ଼ ରେଳପଥ ପାଇଁ ୨୫୦ କୋଟି ଅନୁଦାନ ମଞ୍ଜୁର କରାଯାଇଛି।

Spread the love