ସାଙ୍ଗଠାରୁ ପାଣି ମାଗି ପିଉଥିବା ବେଳେ ଟ୍ରେନ ଧକ୍କାରେ ଛାତ୍ରଙ୍କ ଉଡ଼ିଗଲା ପ୍ରାଣବାୟୁ

ସୋସିଆଲ ମିଡିଆରେ ସମୟସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହାକୁ ଦେଖି ‌ଲୋମମୂଳଟାଙ୍କୁରି ଉଠିଥାଏ। ନିକଟରେ ଏମିତି ଏକ ଭିଡିଓ ‌ସାମ୍ନାକୁ ଆସିଛି। ସେଥିରେ ଦେଖିବାକୁ ମିଳୁଥିବା ଦୃଶ୍ୟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ହେ ପ୍ରଭୂ ବାଳକ ସହିତ ଏ କ’ଣ କଲ? ଏମିତି କଷ୍ଟଦାୟକ ମୃତ୍ୟୁ କାହାକୁ ନଦିଅ ପ୍ରଭୂ। ଏଦୁଃଖକୁ ସହିବା ପାଇଁ ତାର ପରିବାର ଲୋକଙ୍କୁ ଶକ୍ତି ଦିଅ।’ ସାମ୍ନାକୁ ଆସିଥିବା ଏହି ଲୋମଟାଙ୍କୁରା ଭିଡିଓରେ ଦେଖିବ‌ାକୁ ମିଳୁଛି, କିଛି ପିଲା ପ୍ଲାଟଫର୍ମ ଚୌକିରେ ବସିଛନ୍ତି। ଏତିକି ବେଳେ ସେମାନଙ୍କ ମଧ୍ୟରୁ ଜଣେ ବାଳକ ଉଠି ଆସି ପ୍ଲାଟଫର୍ମ ଧାରକୁ ଯାଇ ତାଙ୍କ ଟିଫିନ ବାକ୍ସ ଧୋଇ ପାଣି ପିଉଛନ୍ତି।

ଏହି ସମୟରେ ତାଙ୍କ ସାଥୀ ବସିଥିବା ସ୍ଥାନରୁ ଉଠିଆସି ବାଳକଙ୍କୁ ପାଣି ମାଗୁଛନ୍ତି। ବାଳକ ତାଙ୍କ ସାଙ୍ଗକୁ ପାଣି ପିଇବା ପାଇଁ ବୋତଲ ବଢ଼ାଇ ଦେଉଛନ୍ତି। ଯେମିତି ହଁ ସେ ବୋତଲରୁ ପାଣି ପିଉଛନ୍ତି ହଠାତ ଧାରଣାରେ ଏକ ଟ୍ରେନ ଚାଲି ଆସୁଛି। ଆଉ ଉକ୍ତ ଟ୍ରେନ ସହିତ ଧକ୍କା ଖାଇ ବାଳକ ପ୍ଲାଟଫର୍ମକୁ ଛିଟିକି ପଡ଼ୁଛନ୍ତି। ଘଟଣାସ୍ଥଳରୁ ଉଦ୍ଧାର କରି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ଏହି ଭିଡିଓ ସାମ୍ନାକୁ ଆସିଛି।

Spread the love