ଜରୁରୀ ସୂଚନା: ୯ ତାରିଖରୁ ଦେଶରେ ବନ୍ଦ ହେଲା ବିଭିନ୍ନ ରେଳ : ପଢ଼ନ୍ତୁ କେଉଁ କେଉଁ ଟ୍ରେନ ହେଲା ବାତିଲ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ ଟ୍ରେନ୍ ଚଳାଚଳ ଉପରେ ସଂକ୍ରମଣ ପ୍ରଭାବ ପଡ଼ିବାକୁ ଯାଉଛି।

 

ଦିଲ୍ଲୀରେ ଚଳାଚଳ ହେଉଥିବା ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଏକ୍ସପ୍ରେସ୍ ସମେତ ୨୮ ଟ୍ରେନକୁ ମେ ୯ରୁ ବନ୍ଦ କରିବାକୁ ଭାରତୀୟ ରେଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପର୍ରବତ୍ତୀ ନିର୍ଦ୍ଦେଶ ଯାଏ ଏହି ସବୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ମହାମାରୀ ସମୟରେ ପ୍ରବାସୀ ଶ୍ରମିକ ଗାଁକୁ ଫେରିବାକୁ ଟ୍ରେନ୍ ଉପରେ ଭରସା କରୁଥିବା ବେଳେ ଏବେ ରେଳ ବିଭାଗର ଏହି ନିଷ୍ପତ୍ତି ସେମାନଙ୍କ ଚିନ୍ତାକୁ ବଢ଼ାଇବ ନିଶ୍ଚିତ।

Spread the love