ରାତିରେ ବନ୍ଦ ହୋଇପାରେ ଟ୍ରେନ୍‌ ଚଳାଚଳରାତିରେ ବନ୍ଦ ହୋଇପାରେ ଟ୍ରେନ୍‌ ଚଳାଚଳ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା-ପୋସେଇତା ହାୱଡା-ମୁମ୍ବାଇ ମୁଖ୍ୟ ରେଲାଇନ ବିସ୍ଫୋରଣ ପରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚକ୍ରଧରପୁର-ରାଉରକେଲା ନକ୍ସଲ ପ୍ରଭାବିତ ଅଞ୍ଚଳରେ ମାଓବାଦୀ ହିଂସାକାଣ୍ଡ ଘଟାଇପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଗୁଇନ୍ଦା ବିଭାଗର ସୂଚନାପରେ ରେଳବାଇ ବୋର୍ଡ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଯାତ୍ରୀ ସୁରକ୍ଷାକୁ ରେଳବାଇ ବୋର୍ଡ ଅଧିକାରୀ ଅତି ଗୁରୁତର ନେଇଛନ୍ତି।ଏ ସମ୍ପର୍କରେ ଚକ୍ରଧରପୁର ରେଳବାଇ ସିନିୟର ଡିସିଏମ୍‌ ଗଜରାଜ ସିଂ କହିଛନ୍ତି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଆସିଲେ ରାତିରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ। ଚକ୍ରଧରପୁର ଡିଭିଜନ ରେଳବୋର୍ଡର ନିର୍ଦ୍ଦେଶକୁ ଅପେକ୍ଷା କରିଛି। ଯାହା ମାର୍ଗଦର୍ଶିକା ଆସିବ ତାକୁ, ଚକ୍ରଧରପୁର ମଣ୍ଡଳ କଡ଼ାକଡ଼ି ପାଳନ କରିବ। ଉଲ୍ଲେଖଯୋଗ୍ୟ, ଜ୍ଞେନେଶ୍ୱରୀ ଟ୍ରେନ୍ ଦୁର୍ଘଟଣା ପରେ ୫୭୧ ଦିନ ରାତିରେ ଟ୍ରେନ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ୨୦୧୦ ମେ ୨୭ରେ ରାତିରେ ମାଓବାଦୀମାନେ ଝାଡ଼ଗ୍ରାମ ଷ୍ଟେସନ ନିକଟରେ ବିସ୍ଫୋରଣ କରିବାରୁ ଜ୍ଞେନେଶ୍ୱରୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୫୦ରୁ ଅଧିକ ରେଳଯାତ୍ରୀଙ୍କ ଜୀବନ ଯାଇଥିଲା। ଗତକାଲି ରାତି ଘଟଣା ପରେ ରେଳବାଇ ପ୍ରଶାସନ ପୁଣି ଥରେ ଚିନ୍ତାରେ ପଡ଼ିଛି।

Spread the love