ରାୟଗଡ଼ାରେ ଟ୍ରେନ ଚଳାଚଳ ସ୍ୱଭାବିକ

ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ ଡିପ୍ରେସନରେ ପରିଣତ ହେବା ଫଳରେ ପୂରା ରାଜ୍ୟରେ ବର୍ଷା ହୋଇଛି । ଏହାର ପ୍ରଭାବରେ ରାୟଗଡ଼ାରେ ଧୋଇଯାଇଥିବା ରେଳ ଟ୍ରାକ ମରାମତି କରାଯାଇ ଆଜି ରେଳ ଚଳାଚଳ ସ୍ୱାଭାବିକ ହୋଇଛି । ରାୟଗଡ଼ା ଆମ୍ବଦଳା ଷ୍ଟେସନ ନିକଟରେ ଧୋଇଯାଇଥିବା ରେଳ ଟ୍ରାକ ମରାମତି କରାଯାଇ ରେଳ ଚଳାଚଳ ୩୬ଘଣ୍ଟା ପରେ ସ୍ୱାଭାବିକ ହୋଇଛି । ରେଳଲାଇନ ସ୍ୱାଭାବିକ ହେବା ପରେ ପ୍ରଥମେ ସେହି ରୁଟରେ ଗାନ୍ଧିଧାମ-ପୁରୀ ଏକ୍ସପ୍ରେସ ଗଢିଛି । ରାୟଗଡ଼ାରେ ଲଗାଣ ବର୍ଷା କାରଣରୁ ଦୁଇ ଦିନ ପୂର୍ବରୁ ରାୟଗଡ଼ା –ଟିଟଲାଗଡ଼ ମଧ୍ୟରେ ଟ୍ରେନ ଟ୍ରାକ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ପ୍ରାୟ ୧୦୦ମିଟର ଯାଏଁ ଟ୍ରେନ ଟ୍ରାକ ଧୋଇ ହୋଇଯାଇଥିଲା । ରେଳପଥ ଧୋଇଯିବାରୁ ଟିଟଲାଗଡ଼ ରୁଟରେ କିଛି ଟେନର ଗତିପଥ ବଦଳା ଯାଇଥିବା ବେଳେ ଅନ୍ୟ କିଛି ଟ୍ରେନ ଚଳାଚଳ ବାତିଲ କରାଯାଇଥିଲା । 

Spread the love