୧୯ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ତାଲିମ
ଭୁବନେଶ୍ୱର: ପୌର ନିର୍ବାଚନ ଲାଗି ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଅର୍ଥସେବାର ୧୯ ବରିଷ୍ଠ ଓ ଦକ୍ଷ ଅଧିକାରୀଙ୍କୁ ପୌର ନିର୍ବାଚନରେ ପ୍ରତିଦ୍ୱଦ୍ବିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ କିପରି ଓ କେଉଁପ୍ରକାର ହିସାବ ରଖିବେ ଏବଂ ଧାର୍ଯ୍ୟ ନିର୍ବାଚନୀ ଖର୍ଚ୍ଚଠାରୁ ଅଧିକ ଖର୍ଚ୍ଚ କଲେ ହେବ ସେ ସମ୍ପର୍କରେ ତାଲିମ ଦିଆଯାଇଛି। ପର୍ଯ୍ୟବେକ୍ଷକମାନେ ଆବଣ୍ଟିତ ହୋଇଥିବା ବିଭିନ୍ନ ଜିଲ୍ଲା ଗସ୍ତ କରି କାର୍ଯ୍ୟ ଆରମ୍ଭ କରିବେ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ପୌର ନିର୍ବାଚନ ନିମନ୍ତେ ପ୍ରାର୍ଥୀ/ପ୍ରାର୍ଥିନୀଙ୍କର ଖର୍ଚ୍ଚର ହିସାବକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ଲିପିବଦ୍ଧ କରିବେ। ପ୍ରାର୍ଥୀମାନେ କେତେ ଗାଡ଼ି ବ୍ୟବହାର କରୁଛନ୍ତି ଓ ବ୍ୟାନର-ପୋଷ୍ଟର ବାବଦ ଖର୍ଚ୍ଚ ସମ୍ପୂର୍ଣ୍ଣ ରେଜିଷ୍ଟରରେ ଲିପିବଦ୍ଧ ସହ ଖର୍ଚ୍ଚ ପଯ୍ୟବେକ୍ଷକମାନେ ସେସବୁକୁ ତର୍ଜମା କରିବେ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ ନିର୍ବାଚନୀ ଖର୍ଚ୍ଚ ଏବଂ ନିର୍ଦ୍ଧାରିତ ଗାଡ଼ିର ବ୍ୟବହାର, ପ୍ରାର୍ଥୀ/ପ୍ରାର୍ଥିନୀମାନେ ନିର୍ବାଚନରେ ବ୍ୟବହାର କରୁଛନ୍ତି ନା ତା’ଠାରୁ ଅଧିକ ଖର୍ଚ୍ଚ ଓ ଗାଡ଼ି ବ୍ୟବହାର କରୁଛନ୍ତି, ସେ ସମ୍ପର୍କରେ ପଦକ୍ଷେପ ନେବା ଲାଗି ସମ୍ପୃକ୍ତ ଜିଲ୍ଲାପାଳଙ୍କ ସହ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।