ଘରୋଇ ବସ ମାଲିକ ସଂଘକୁ ପରିବହନ ମନ୍ତ୍ରୀଙ୍କ ଆହ୍ବାନ, ଆଲୋଚନା ପାଇଁ ଆସିବାକୁ କଲେ ଅନୁରୋଧ

ଘରୋଇ ବସ ମାଲିକ ସଂଘକୁ ପରିବହନ ମନ୍ତ୍ରୀଙ୍କ ଆହ୍ବାନ। ଧର୍ମଘଟ ନୁଁହେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଲେ ମନ୍ତ୍ରୀ ଟୁକୁନି ସାହୁ। କହିଲେ, ଲକ୍ଷ୍ମୀ ବସ ବନ୍ଦ ହେବନି ଚାଲୁ ରହିବ । ପାର୍ବଣର ସମୟ ଲୋକେ ହଇରାଣ ନହୁଅନ୍ତୁ, ଏଥିଲାଗି ବସମାଲିକ ସଙ୍ଘକୁ ଅନୁରୋଧ କରିଛନ୍ତି। ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀ ଙ୍କର ଲୋକାଭିମୁଖୀ କାମ । ଯୋଜନା ମାଧ୍ୟମରେ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରୁ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଘରୋଇ ବସ ମାଲିକ ସଂଘ କିନ୍ତୁ ଜିଦ୍ ରେ ଅଟଳ ଅଛନ୍ତି। କାଲି ଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ। ପୂର୍ବ ଘୋଷଣା ଅନୁଯାୟୀ କାଲିଠାରୁ ବସ ଧର୍ମଘଟକୁ ଓହ୍ଲାଇବ ସଂଘ। ସରକାର ଲିଖିତ ପ୍ରତିଶ୍ରୁତି ନଦେବାରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଘରୋଇ ବସ ମାଲିକ ସଂଘ। ସେପଟେ ମନ୍ତ୍ରୀ କହିଛନ୍ତି, ଆସନ୍ତା ୨୬ରେ ଆଲୋଚନା ପାଇଁ ବସ ମାଲିକ ସଂଘକୁ ଡକାଯାଇଛି। ଆଲୋଚନା ମାଧ୍ୟମରେ ରାସ୍ତା ନିଶ୍ଚୟ ବାହାରିବ ଏବଂ ଲକ୍ଷ୍ମୀ ଭଳି ଯୋଜନା କୁ ଲୋକେ ସ୍ୱାଗତ କରୁଛନ୍ତି ଏଣୁ ଏହାକୁ ସଙ୍ଘ ମାନୁ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ବସ ମାଲିକ ସଂଘ କହିଛି ସରକାର ଯେଉଁ ପ୍ରତିଶ୍ରୁତି ମୌଖିକ ଭାବରେ ଦେଉଛନ୍ତି। ତାହା ଲିଖିତ ଭାବରେ ଦେଅନ୍ତୁ। ପୂର୍ବରୁ ବହୁ ଥର ଆଲୋଚନା କଲା ପରେ ସରକାର ପ୍ରତିଶୃତି ଦେଇକି ରଖିଲେନି ତେଣୁ ଆମକୁ ଲିଖିତ ଆକାରରେ ଦେଲେ ଆମେ ଧର୍ମଘଟରୁ ଓହରିବୁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

 

Spread the love