ମାଲ୍ ପରିବହନରେ 2ୟ ପାରାଦୀପ ବନ୍ଦର

ଗତ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ 12ଟି ବନ୍ଦର ମଧ୍ୟରେ ପାରାଦୀପ ଦ୍ବିତୀୟ ସ୍ଥାନରେ ରହିଛି। 12ଟି ଯାକ ବନ୍ଦର ଗତ ଆର୍ଥିକ ବର୍ଷରେ ମୋଟ 699.04 ନିୟୁତ ଟନ୍ ମାଲ ପରିବହନ କରିଛନ୍ତି। ଏହା ପୂର୍ବ ବର୍ଷ ଦେଶର ପ୍ରମୁଖ ବନ୍ଦର ଗୁଡ଼ିକ ମୋଟ 679.37 ନିୟୁତ ଟନ୍ ମାଲ ପରିବହନ କରିଥିଲେ। କାଣ୍ଡଲା ବନ୍ଦର ସର୍ବାଧିକ 115.40 ନିୟୁତ ଟନ୍ ମାଲ ପରିବହନ କରିଥିବାବେଳେ ପାରାଦୀପ ବନ୍ଦର 109.27 ନିୟୁତ ଟନ୍ ମାଲ ପରିବହନ କରିଛି ବୋଲି ଇଣ୍ଡିଆନ ପୋର୍ଟସ ଆସୋସିଏସନ (ଆଇପିଏ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।

Spread the love