ଆସନ୍ତୁ ଜାଣିବା: ବେଲ ଗଛର ମହିମା ଓ ଔଷଧୀୟ ଗୁଣ

ବେଲ ଗଛ ଗୋଟେ ଏମିତି ଗଛ ଯାହାକୁ ବିଲ୍ଵ ବୃକ୍ଷ କୁହାଯାଏ।ଏହି ଗଛ  ସଂସାରରେ ଦୁର୍ଲଭ ଗଛ ଅଟେ। ତାର ଦିବ୍ୟତା,  ଦୁର୍ଲ୍ଭତା,  ଔଷଧୀୟ ଗୁଣ ଏବଂ କ୍ଷମତା ପାଇଁ ସମସ୍ତ ଦେବା ଦେବୀ ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ ଏବଂ ଆଦରଣୀୟ ହୋଇଥାଏ। ପୁରାଣ ଶାସ୍ତ୍ର ମତରେ ବେଲ ଗଛର ସୃଷ୍ଟି ମାତା ଲକ୍ଷ୍ମୀଙ୍କର ଅଂଶରୁ ହୋଇଛି ବୋଲି କୁହାଯାଏ। ଯାହାକି ଆପଣ ମାନେ ଅଧିକ ବହୁତ ଜାଣିଥିବେ। ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିଷୟବସ୍ତୁ। ବେଲ ଗଛରେ ସାକ୍ଷତ ଭଗବାନ ଶିବ ଏବଂ ଶିବଙ୍କର ଶକ୍ତି ବାସ କରନ୍ତି। ବେଲ ପତ୍ରର ତ୍ରିଶାଖାରେ ସ୍ୱୟଂ ତ୍ରିଦେବ ବାସ କରିଥାନ୍ତି ବା ବ୍ରହ୍ମା,ବିଷ୍ଣୁ ମହେଶ୍ୱର ବାସ କରିଥାନ୍ତି। ତେଣୁ ପ୍ରତିଦିନ ବେଲ ଗଛରେ ଗାଧୋଇ ସାରିବା ପରେ ଜଳ ଅର୍ପଣ କରିବା ଦ୍ୱାରା କୋଟି ପୁଣ୍ୟ ମିଳିଥାଏ। ଭଗବାନ ଶିବଶଙ୍କରଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ବହୁତ ପ୍ରସନ୍ନ ହୋଇଥାନ୍ତି।

ଯାହା ଫଳରେ କି ସେହି ମନୁଷ୍ୟ ସମସ୍ତ ପ୍ରାଣୀକୁ ବସ କରିବାର ଶକ୍ତି ଲାଭ କରିଥାଏ ଏବଂ ଚାକିରୀ ତଥା ବ୍ୟବସାୟରେ ସଫଳତା ଲାଭ କରିଥାଏ।ତାହା ସହିତ ଧନବାନ ହୋଇଥାଏ।

ବେଲ ପତ୍ର ଶିବ  ଓ ସମସ୍ତ ଦେବା ଦେବୀଙ୍କର ବହୁତ ପ୍ରିୟ ହୋଇଥାଏ।ଯାହାକି ସୁଖୀ ଯାଏ କିନ୍ତୁ କେବେବି ବାସୀ ହୋଇନଥା। ଏହି ବେଲ ପତ୍ରରେ ଚନ୍ଦନର ଲେପ ଲଗାଇ ଭଗବାନ ଶିବ ତଥା ଦେବୀଙ୍କୁ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ବେଲ ପତ୍ରର କାଠିକୁ ଚନ୍ଦନ ଭଳି ଘୋରି ଶିବ ତଥା ଦେବୀଙ୍କୁ ଟୀକା ଲଗାଇଲେ କୋଟି କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହା ସହିତ ମନୁଷ୍ୟ  ବେଲ କାଠିକୁ  ଘୋରି ନିଜ ମସ୍ତକରେ ଲଗାଇଲେ ସମସ୍ତ ପ୍ରାଣୀଙ୍କୁ ନିଜ ବସରେ କରିପାରିବା ସହିିିତ ନିଜର ଦିବ୍ୟ ଚେତନା ଜାଗ୍ରତ ହୋଇଥାଏ ଏବଂ ଅଲୌକିକ ଶକ୍ତିର ସ୍ଥିତି ଅନୁଭବ କରିପାରେ। ସମସ୍ତ ସଂସାରରେ ବିଜୟୀ ମଧ୍ୟ ହୋଇଥାଏ।

ସୋମବାର ଦିନ କିମ୍ବା ଚତୁର୍ଦଶୀ ଦିନ ବେଲ ଗଛ ମୂଳରେ ଫୁଲ, ଫଳ, ଦୀପ ଓ ପଣା ଏହିସବୁ ଅର୍ପଣ କରି ସେହି ବେଲ ଗଛର ଚେରକୁ ଆଣି ଏକ ଲାଲ ସୂତାରେ ଗୋଡ଼ାଇ ନିଜ ଶରୀରରେ ଧାରଣ କଲେ ଶରୀର ଉପରେ କୌଣସି ବାହାରର ନକାରାତ୍ମକ ଶକ୍ତି ତଥା ଦୃଷ୍ଟ ଶକ୍ତିକୁ ପ୍ରବେଶ କରିବାକୁ ଦିଏନାହିଁ ଓ  ଶରୀରରେ ଥିବା ନାକାରାତ୍ମକତା ତଥା ଦୃଷ୍ଟ ଶକ୍ତି, ନଜର ଦୋଷ,  ତନ୍ତ୍ର ମନ୍ତ୍ର ଶକ୍ତିକୁ ଶରୀରରୁ ବାହାର କରିଦେଇଥାଏ ବା ତୋଡି ଦେଇଥାଏ । ଯେଉଁ ମନୁଷ୍ୟର ବିବାହ ହୋଇପାରୁ ନଥାଏ ଅବା ସନ୍ତାନ ହେଉନଥାଏ ଏହି ବେଲ ଗଛର ଚେର ଧାରଣ କରିବା ଦ୍ୱାରା ଏବଂ ସବୁଦିନ ବେଲ ଗଛକୁ ପୂଜା କରିବା ଦ୍ୱାରା ଖୁବଶୀଘ୍ର ବିବାହ ହୋଇଥାଏ ଏବଂ ସନ୍ତାନ ହେଉନଥିବା ମନୁଷ୍ୟର ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ।
ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ବେଲ ଗଛ ଘରର କେଉଁ ଦିଗରେ ରହିଲେ କଣ ସବୁ ହୋଇଥାଏ। ଯଦି ବେଲ ଗଛ ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ରହିଲେ ଘରେ ଧନ ବା ଅର୍ଥର ଅଭାବ ରହେନାହିଁ ଏବଂ ଅଭାବ ଥିଲେ ଧନର ଆଗମନର ବାଟ ଖୋଲିଯାଇଥାଏ। ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଘରେ ଶାନ୍ତି ବଜାୟୀ ରହିଥାଏ। ଘରର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ସୁସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ଘରର ଦକ୍ଷିଣ ଦିଗରେ ବେଲ ଗଛ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ। ବନ୍ଧୁଗଣ ଯଦି ଆପଣଙ୍କ ଘରେ ବେଲ ଗଛ ନଥାଏ ତେବେ ଯେକୌଣସି ଦିନ ଯେକୌଣସି ତିଥିରେ ବେଲ ଗଛକୁ ଆଣି ଘରେ ଲଗାଇ ପାରିବେ। ଏବଂ ପୂଜା ମଧ୍ୟ କରିପାରିବେ। ବେଲ ପତ୍ରରେ ବହୁତ ଭିଟାମିନ ଏବଂ ପୋଷକ ତତ୍ୱ ଔଷଧିତ ଗୁଣ ଥାଏ। ଏହି ବେଲ ପତ୍ର ପ୍ରତ୍ୟକ ଦିନ ସେବନ କଲେ ଶରୀରରେ ବଳ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ତଥା ଗ୍ୟାସ, ଝାଡା,  ଜ୍ଵର ଇତ୍ୟାଦି ସମସ୍ତ ରୋଗ ଦୂର ହୋଇଥାଏ।

Spread the love