ଅର୍ଜୁନ ଚରଣ ସେଠୀଙ୍କ ବିୟୋଗରେ ବିଜେପି ତରଫରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୯/୦୬: ବିଜେପି ଅଫିସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ,ପୂର୍ବତନ ସାଂସଦ ଉତ୍ତର ଓଡିଶାର ସୁଦକ୍ଷ ରାଜନୀତିଜ୍ଞ ତଥା ଲୋକପ୍ରିୟ ନେତୃତ୍ୱ, ବରିଷ୍ଠ ବିଜେପି ନେତା ଅର୍ଜୁନ ଚରଣ ସେଠୀଙ୍କ ବିୟୋଗରେ  ଓଡିଶା ବିଜେପି ତରଫରୁ ଅମର ଆତ୍ମାର ସଦଗତି କାମନା  ସହ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

 ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା  ୮ ଥର ସାଂସଦ ଶ୍ରୀ ଅର୍ଜୁନ ସେଠୀଙ୍କ ବିୟୋଗରେ  ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ବ୍ୟକ୍ତ  କରିଛନ୍ତି ।

ଏଭଳି ଘଡିସନ୍ଧି ମୁହୁର୍ତରେ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି ।

Spread the love