ଆଚରଣବିଧି ଉଲ୍ଲଂଘନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କମିସନଙ୍କ ନିକଟରେ ଅଭିଯୋଗ କଲା ତୃଣମୂଳ କଂଗ୍ରେସ
କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ସରକାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆଦର୍ଶ ଆଚରଣବିଧିର ଖୋଲା ଉଲ୍ଲଂଘନ କରିବା ସହ ସରକାରୀ କଳର ବ୍ୟାପକ ଅପବ୍ୟବହାର କରୁଛନ୍ତି ବୋଲି ତୃଣମୂଳ କଂଗ୍ରେସ (ଟିଏମସି) ଆଜି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି। ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି (ବୁଧବାର) ନିର୍ବାଚନ କମିସନର ଅଧିକାରୀଙ୍କୁ ଭେଟିବା ସହ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ବଣ୍ଟନ କରାଯାଇଥିବା ଟୀକାକରଣର ପ୍ରମାଣପତ୍ର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛି।