ଟ୍ରିପଲ୍‌ ତଲାକ୍‌ ବିଲ୍‌ ଲୋକସଭାରେ ପାରିତ

ଟ୍ରିପଲ୍‌ ତଲାକ୍‌କୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରିବାର ବ୍ୟବସ୍ଥା ଥିବା ବିବାଦୀୟ ବିଲ୍‌ ଶେଷରେ ଲୋକସଭାରେ ପାରିତ ହୋଇଛି। ଏହି ବିଲ୍‌ ସପକ୍ଷରେ ଆଜି ଗୃହର ୩୦୩ ଜଣ ସଦସ୍ୟ ଭୋଟ୍‌ ଦେଇଥିଲେ। ମୁସଲିମ୍‌ ମହିଳା (ବିବାହ ଅଧିକାରର ସୁରକ୍ଷା) ବିଲ୍‌ ୨୦୧୯ ଆଇନରେ ପରିଣତ ହେଲେ, ତିନି ଥର ‘ତଲାକ୍‌’ କହି ତତ୍କାଳ ଛାଡ଼ପତ୍ର ଦେଉଥିବା ସ୍ୱାମୀଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ଏହି ବିଲ୍‌କୁ ଯଥେଷ୍ଟ ସମର୍ଥନ ମିଳିଥିଲେ ହେଁ, ଏନ୍‌ଡିଏରେ ବିଜେପିର ସହଯୋଗୀ ଜେଡିୟୁ ଦଳର ସଦସ୍ୟମାନେ ଆଲୋଚନା ଆରମ୍ଭରୁ ଗୃହରୁ ଚାଲିଯାଇ ଥିଲେ। ସେମାନେ କହିଥିଲେ, ଏହି ବିଲ୍‌ ସମାଜରେ ‘ବିଶ୍ୱସନୀୟତା’ ହ୍ରାସ କରିବ। କଂଗ୍ରେସ ଏବଂ ଟିଏମ୍‌ସି ସଦସ୍ୟମାନେ ମଧ୍ୟ ଏହି ବିଲ୍‌ ବିରୋଧରେ ମତ ରଖିଥିଲେ।

Spread the love