ଟ୍ରକ୍‌କୁ ପିଟିଲା ଟ୍ରକ୍ : ଜଣେ ମୃତ, ୨ ଗୁରୁତର

ଜଳେଶ୍ୱର, ୧୨/୦୧: ଧକ୍କା ହେଲେ ୨ ଟ୍ରକ୍ । ରାସ୍ତାକଡ଼ରେ ଛିଡା ହୋଇଥିବା ୧୨ ଚକିଆ ଟ୍ରକକୁ ପଛପଟୁ ଧକ୍କା ଆଉ ଏକ  ୧୨ଚକିଆ । ଜଣେ ମୃତ, ଅନ୍ୟ ୨ ଗୁରୁତର । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥରେ ଦୁଇ ଟ୍ରକ୍ ଧକ୍କା ହୋଇଛନ୍ତି । ରାସ୍ତା କଡରେ ଥିବା ମଧୁବନ ଢ଼ାବା ସମ୍ମୁଖରେ କଲିକତା ଆଡୁ ବାଲେଶ୍ୱର ଆସୁଥିବା ଏକ ଟ୍ରକ୍ ଅନ୍ୟ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଚକା ଫାଟି ଯିବାରୁ ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଡ୍ରାଇଭର ଏବଂ ହେଲପର ଅନ୍ୟ ଜଣେ ଟ୍ରକ୍ ଭିତରେ ହିଁ ଚାପି ହୋଇ ଯାଇଥିଲେ । ପୋଲିସ ଓ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିଥିଲେ । ମୃତାହତଙ୍କ ପରିଚୟ ମିଳି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Spread the love