ତପ୍ତପାଣି ଘାଟିରେ ଓଲଟି ପଡିଲା ପେପର ବୋଝେଇ ଟ୍ରକ୍

ମୋହନା, ୨୯ ।୦୮ :  ଗଜପତି -ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟି ପାଳୁଖୋଳl ନିକଟରେ ଓଲଟିଲା ପେପର ବୋଝେଇ ଟ୍ରକ ।ଏଥିରେ ଡ୍ରାଇଭର ଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି ।

ଟ୍ରକଟି ରାସ୍ତା ଉପରେ ଓଲଟି ପଡିବା ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାୟଗଡ଼ାରୁ ପେପର ବୋଝେଇ ଟ୍ରକ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିବା ଜଣାପଡିଛି । ପାଟପୁର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତାରୁ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି ।  

Spread the love