ବସକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୧୮ ଜୀବନ

ବାରବାଙ୍କୀ ୨୮/୭ : ଉତ୍ତର ପ୍ରଦେଶର ବାରବାଙ୍କୀରେ ମର୍ମନ୍ତୁଦ ଦୁର୍ଘଟଣା । ବଡ଼ଧରଣର ଦୁର୍ଘଟଣାରେ ଚାଲିଯାଇଛି ୧୮ ଶ୍ରମିକଙ୍କ ଜୀବନ । ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥର ସଡ଼କ ପାଶ୍ୱର୍ରେ ଛିଡ଼ା ହୋଇଥିଲା ବସ୍‌ । ତେବେ ପଛକୁ ଆସି ପିଟାହୋଇଥିଲା ଟ୍ରକ । ଫଳରେ ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା ।
ପୋଲିସ ସୂଚନା ମୁତାବକ ଯେ, ବସରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ରାସ୍ତାରେ ଛିଡା ହୋଇ ରହିଥିଲା । ତେବେ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ପଛପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଡବଲ ଡେକର ବସକୁ ଧକ୍କା ଦେଇଥିଲା । ପୋଲିସ କହିଛି ଯେ, ବସ୍‌ଟି ହରିୟାଣାର ପଲଓ୍‌ବଲରୁ ବିହାର ଆଡ଼କୁ ଯାଉଥିଲା । ସେପଟେ ଏହି ଦୁର୍ଘଟଣାରେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଯାଞ୍ଚ କରୁଛି ।

Spread the love