ଓଲଟିଲା ଯାତ୍ରୀବାହୀ ଟ୍ରକ୍, ୭୦ ରୁ ଅଧିକ ଲୋକ ଆହତ

ଦାରିଙ୍ଗବାଡି : ଓଲଟିଲା ଯାତ୍ରୀବାହୀ ଟ୍ରକ୍ । ୭୦ ରୁ ଅଧିକ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆଜି ବିବାହ ଭୋଜି ଖାଇବା ପାଇଁ ବ୍ରାହ୍ମଣ ଗାଁ ଥାନା ଅନ୍ତର୍ଗତ ପୁଟୁଡୁମାହା ଗ୍ରାମର କନ୍ଯା ଯାତ୍ରୀ ଲୋକମାନେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲୀ ଗ୍ରାମକୁ ଏକ ଟ୍ରକରେ ଶତାଧିକ ଲୋକ ଆସୁଥିଲା । ଏହି ସମୟରେ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘଟିରେ ଭାରସାମ୍ଯ ହରାଇ ଓଲଟି ୭୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତ ଲୋକଙ୍କୁ ମେଡିକାଲ ରେ ଭର୍ତ୍ତି କରିଛନ୍ତି ।ଗୁରୁତର ଥିବା ୫ ରୁ ୬ ଜଣଙ୍କୁ ଫୁଲବାଣୀ ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Spread the love