ଭୁବନେଶ୍ୱର ପଳାଶୁଣି ନିକଟରେ ଜଳିଗଲା ମାଲ୍ ବୋଝେଇ ଟ୍ରକ୍

ଜଳିଗଲା ମାଲ୍ ବୋଝେଇ ଟ୍ରକ୍। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ନିକଟରେ ଘଟିଛି ଏହି ଅଘଟଣ। ହଠାତ୍ ଗତକାଲି ରାତିରେ ଟ୍ରକ୍ ଟି ଯାଉଥିବା ସମୟରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଏହି ସମ୍ପର୍କରେ ଖବର ପାଇବା କ୍ଷଣି ତୁରନ୍ତ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହେଇଥିଲେ। ତେବେ କେଉଁ ପରିସ୍ଥିତରେ ଟ୍ରକରେ ନିଆଁ ଲାଗିଲା ତାହା ଏଯାଏ ସ୍ପଷ୍ଟ ହୋଇପାରିନାହିଁ।

Spread the love