ୟୁକ୍ରେନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ଜ୍ୱାଇଁଙ୍କ ସହ ପୁତିନଙ୍କ ୫ ଘଣ୍ଟା ବୈଠକ

ମସ୍କୋ : ରୁଷିଆରେ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ସହ ଆମେରିକାର ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟ୍‌କଫ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନେରଙ୍କ ମଧ୍ୟରେ ୫ ଘଣ୍ଟା ଧରି ବୈଠକ ହୋଇଛି । ୟୁକ୍ରେନ ଯୁଦ୍ଧ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ ମଧ୍ୟ ଦୁଇ ପକ୍ଷ କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲେ । ତେବେ ଏହି ଆଲୋଚନ ଫଳପ୍ରଦ ଥିଲା ବୋଲି ପୁତିନଙ୍କ ବୈଦେଶିକ ନୀତି ଉପଦେଷ୍ଟା ୟୁରୀ ଉଶାକୋଭ୍ କହିଛନ୍ତି । କିନ୍ତୁ ସହମତି ହେବାଭଳି କୌଣସି ପ୍ରସ୍ତାବ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ସେ କହିଛନ୍ତି । ଯେପର୍ଯ୍ୟନ୍ତ ୟୁକ୍ରେନ ରୁଷିଆର ଡୋନବାସ ଅଞ୍ଚଳ ହସ୍ତାନ୍ତର ନ କରିଛି, ସେ ପର୍ଯ୍ୟନ୍ତ କୌଣସି ଚୁକ୍ତି ହେବ ନାହିଁ ବୋଲି ପୁତିନ ସ୍ପଷ୍ଟ କରିଛନ୍ତି । ତେବେ ଆମେରିକା ଦେଇଥିବା ଶାନ୍ତି ପ୍ରସ୍ତାବର କେତୋଟି ଅଂଶ ନେଇ ପୁତିନ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ଅନ୍ୟ କେତୋଟି ପ୍ରସ୍ତାବ ନେଇ ପୁତିନ ଅସହମତି ପ୍ରକାଶ କରିଛନ୍ତି । ଏବେ କେତୋଟି ପ୍ରସଙ୍ଗ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି । ଏପର୍ଯ୍ୟନ୍ତ ଟ୍ରମ୍ପ ଓ ପୁତିନଙ୍କ ମଧ୍ୟରେ ନୂଆ ବୈଠକ ନେଇ କୌଣସି କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇନାହିଁ ବୋଲି ଉଶକୋଭ କହିଛନ୍ତି । ଏହି ପ୍ରସ୍ତାବିତ ନୂଆ ବୈଠକ ଶାନ୍ତି ଯୋଜନାର ପ୍ରଗତି ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି । ଅବଶ୍ୟ ପୂର୍ବରୁ ଆମେ ଯୁଦ୍ଧ ଚାହୁଁନାହୁଁ ବୋଲି ପୁତିନ କହିଥିଲେ ।

Spread the love