‘ଭାରତ ଆସିବା ପାଇଁ ମୁଁ ତତ୍ପର, ଆଉ କିଛି ସମୟପରେ ଆମ ସମସ୍ତଙ୍କର ସାକ୍ଷାତ ହେବ’- ହିନ୍ଦିରେ ଟ୍ୱିଟ୍ କଲେ ଟ୍ରମ୍ପ

ଅହମ୍ମଦାବାଦ, ‘ଭାରତ ଆସିବା ପାଇଁ ମୁଁ ତତ୍ପର, ଆଉ କିଛି ସମୟପରେ ଆମ ସମସ୍ତଙ୍କର ସାକ୍ଷାତ ହେବ’। ଭାରତ ପହଞ୍ଚିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏପରି ହିନ୍ଦିରେ ଟ୍ୱିଟ୍ କରିଛନ୍ତି।  ସେ  ବିମାନ ଏୟାରଫୋର୍ସ ୱାନ୍‌ ଅହମଦାବାଦ ଏୟାରପୋର୍ଟରେ ଅବତରଣ କରିବ। ଟ୍ରମ୍ପ୍‌ଙ୍କ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ତାଙ୍କ ସହିତ ପତ୍ନୀ ମେଲାନିଆ ଟ୍ରମ୍ପ୍‌, ଝିଅ ଇଭାଙ୍କା ଟ୍ରମ୍ପ୍‌ ଏବଂ ଜାମାତା ଜରେଦ୍‌ କୁସ୍‌ନ ମଧ୍ୟ ଭାରତ ଆସୁଛନ୍ତି। ଅତିଥିଙ୍କ ଭବ୍ୟ ସ୍ବାଗତ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସ୍ବାଗତ କାର୍ଯ୍ୟ ତଦାରଖ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଅହମଦାବାଦ ପହଞ୍ଚିଛନ୍ତି। ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ୨୨ କିମି ଲମ୍ବା ରୋଡ୍‌ କରିବେ ଏବଂ ଏହା ପରେ ମୋଟେରା ଷ୍ଟାଡିୟମରେ ‘ନମସ୍ତେ’ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଉପରେ ସମଗ୍ର ବିଶ୍ବର ନଜର ରହିଛି ।

Spread the love