୬୦ କିଲୋମିଟର ଭିତରେ ଥିଲେ ହଟିବ ଟୋଲ୍ ପ୍ଲାଜା, ଖୁସି ବ୍ୟକ୍ତ କଲେ ଯାଜପୁରବାସୀ

ଯାଜପୁର, ୨୩/୦୩: ଜାତୀୟ ରାଜପଥରେ ୬୦ କିଲୋମିଟର ଭିତରେ ପୁଣିଥରେ ଦେବାକୁ ପଡ଼ିବନି ଟୋଲ୍ ଫି। କେନ୍ଦ୍ର ଏନେଇ ପ୍ରତିଶ୍ରୁତି ଦେଇଛି । ଗତକାଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ପାର୍ଲାମେଣ୍ଟରେ ନିଜର ବକ୍ତବ୍ୟ ରଖୁଥିବା ବେଳେ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ୩ ମାସ ମଧ୍ୟରେ ଏହି ନିୟମ ପାଳନ କରାଯିବ ବୋଲି ସେ କହିଛନ୍ତି । ଯଦି ୬୦ କିଲୋମିଟର ଭିତରେ ଦ୍ବିତୀୟ ଟୋଲ୍ ପ୍ଲାଜା ରହିଛି ତେବେ ଏହାକୁ ହଟାଇ ଦିଆଯିବ ।

ସେହିପରି ଟୋଲ୍ ପ୍ଲାଜା ନିକଟରେ ରହୁଥିବା ଲୋକମାନେ ସେମାନଙ୍କର ଆଧାର କାର୍ଡ ଜରିଆରେ ଟୋଲ୍ ଟ୍ୟାକ୍ସରୁ ରିହାତି ପାଇପାରିବେ। ଯାହାକୁ ନେଇ ଯାଜପୁରବାସୀ ଖୁସି ହେବା ସହ ଗାଡ଼ି ଡ୍ରାଇଭର ଓ ମାଲିକ ମାନେ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି । ଯେହେତୁ ଯାଜପୁର ପାଣିକୋଇିଲି ନିକଟରେ ଗୋଟିଏ ଟୋଲ ପ୍ଲାଜା ଥିବା ବେଳେ ଅନ୍ୟଟି ଟାଙ୍ଗୀ ନିକଟରେ ରହିଛି । ଯାହା ଫଳରେ ଗାଡ଼ି ମାଲିକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବା ସହ ଅଧିକ ଅର୍ଥ ପୈଠ କରିବାକୁ ପଡ଼ୁଥିଲା ।

୬୦ କିଲୋମିଟର ବ୍ୟବଧାନ ଭିତରେ ଦୁଇ ଦୁଇଟି ଟୋଲ୍ ପ୍ଲାଜ ରହୁ ଥିବା ଅନେକ ସମୟରେ ମଧ୍ୟ ଯିବା ଆସିବା କରିବାକୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଆଜି ଏଭଳି ପଦକ୍ଷେପକୁ ନେଇ ଟୋଲ୍ ପ୍ଲାଜାର ଅଞ୍ଚଳବାସୀ ମାନେ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଆଉ ଦୁଇ ଦୁଇ ଥର ଟୋଲ ଫି ଦେବାକୁ ପଡ଼ିବ ନାହିଁ ଯାତ୍ରୀ ମାନଙ୍କୁ ଏଭଳି ସୁବିଧା କରି ଦେବାପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଯାଜପୁର ବାସି ଧନ୍ୟବା ଜଣାଇଛନ୍ତି ।

Spread the love