ପେଟ ଯନ୍ତ୍ରଣାରୁ ମୁକ୍ତି ପାଇଁ ଖାଆନ୍ତୁ : ତୁଳସୀ, ଲବଙ୍ଗ

(ସତ୍ୟ ଦ୍ରଷ୍ଟା) : ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପେଟ ଜନିତ ସମସ୍ୟା, ଏସିଡ଼ିଟି ଆଦି କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ। ଆମେ ଯେକୌଣସି ଖାଦ୍ୟ ଖାଉ, ତାହାର ପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତେଣୁ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। କିଛି ସହଜ ଓ ଘରୋଇ ଉପାୟ ଦ୍ୱାରା ଆମେ ଏହି ପେଟ ଯନ୍ତ୍ରଣାରୁ ମୁକ୍ତି ପାଇପାରିବା ଜାଣନ୍ତୁ ତାହା କ’ଣ…

1- ତୁଳସୀ, ଲବଙ୍ଗ କିମ୍ବା ତୁଳସୀ ଓ ଅଦାକୁ ମିଶାଇ ଖାଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଏସିଡ଼ିଟି ଦୂର ହୋଇଥାଏ।

2- ଦହି ଓ ଜିରା ଗୁଣ୍ଡ
ଦହି ସହ ଜିରା ଗୁଣ୍ଡା ମିଶାଇ ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ, ଏସିଡ଼ିଟି ଦୂର ହେବା ସହ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
3- ଅଦା ରସ ଓ ଲେମ୍ବୁ ରସ
ଅଦା ରସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିଥାଏ।
4- ଡ଼ାଳିମ୍ବର ମଞ୍ଜି
ଡ଼ାଳିମ୍ବର ମଞ୍ଜି ସହ କଳା ଲୁଣ ମିଶାଇ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳେ। ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

5- ଜୁଆଣି ଓ କଳା ଲୁଣ
ଜୁଆଣି, କଳା ଲୁଣ ସହ ଅଳ୍ପ ଉଷୁମ ପାଣି ମିଶାଇ ପିଇବା ଦ୍ୱାରା ପେଟ ପାଇଁ ଖୁବ ଲାଭଦାୟକ ଅଟେ। ଏହା ଏସିଡ଼ିଟି ମଧ୍ୟ ଦୂର କରିଥାଏ। ପେଟ ଯନ୍ତ୍ରଣାରୁ ମୁକ୍ତି ମଧ୍ୟ ମିଳିଥାଏ।

Spread the love