ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ ତୁଳସୀ ପାଣି

ରକ୍ତ ଶର୍କରା ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଯେତେବେଳେ ଶରୀରରେ ରକ୍ତ ଶର୍କରାର ସ୍ତର ବଢିଥାଏ ତେବେ ଆପଣ ମଧୁମେହରେ ପୀଡିତ ହୋଇଯାଆନ୍ତି। ତେଣୁ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଏମିତିରେ ଆପଣଙ୍କୁ ଏମିତି ଜିନିଷ ସେବନ କରିବା ଉଚିତ୍ ଯାହାଦ୍ବାରା ଏଭଳି ସମସ୍ୟା ହେବନାହିଁ । ଛୋଟ ଛୋଟ ଜିନିଷକୁ ଧ୍ୟାନରେ ରଖିଲେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣରେ ରଖାଯାଇପାରିବ । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ତୁଳସୀ ପାଣି ସେବନ କରିବା ଦ୍ବାରା ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ । ତେବେ ଆସନ୍ତୁ ଜାଣିବା –

ତୁଳସୀ ପାଣି ଦ୍ବାରା  ରକ୍ତ ଶର୍କରାକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ପାଣିରେ ୪ରୁ ୫ଟି ତୁଳସୀ ପତ୍ର ପକାଇବାକୁ ହେବ । କିଛି ସମୟ ଗ୍ୟାସ୍ ଉପରେ ଏହି ପାଣିକୁ ଫୁଟାଇ ଦିଅନ୍ତୁ । ତେବେ ଏହାକୁ ଆପଣ ସକାଳେ କିମ୍ବା ସନ୍ଧ୍ୟାରେ ପିଇ ପାରିବେ । ଏହାଦ୍ବାରା ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିପାରିବ ।

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ତୁଳସୀ ପାଣି ଅତ୍ୟନ୍ତ ସହାୟକ ହୋଇଥାଏ । ଏହାସହ ତୁଳସୀ ପାଣି ଆପଣଙ୍କୁ ଥଣ୍ଡା-କାଶରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ତୁଳସୀ ପାଣି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଚାପଗ୍ରସ୍ତ ରହୁଥିଲେ ଖାଦ୍ୟରେ ତୁଳସୀ ପାଣି ସାମିଲ କରିବା ଜରୁରୀ । ଆପଣ ତୁଳସୀ ଚା’ ମଧ୍ୟ ପିଇପାରିବେ । ଏଥିରୁ ମଧ୍ୟ ଆପଣ ଅନେକ ଫାଇଦା ମିଳିବ ।

Spread the love