ମାଣ୍ଡିଆପଦର ଗାଁରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ପଂଚାୟତ ମାଣ୍ଡିଆପଦର ଗାଁରେ ରୟାଲଷ୍ଟାର ଫୁଟବଲ ଆସୋସିଏସନ ତରଫରୁ ଏକ ଫୁଟବଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।୩ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଦିବସରେ ଖଲିଆପାଲି ଦଳ ମାଣ୍ଡିଆପଦର ଟିମ କୁ ୧-୦ ଗୋଳରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା।ଏଥିରେ ୭ଟିମ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରା, ସମ୍ମାନିତ ଅତିଥି ଭାବରେ ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଲ ଯୋଗାଦାନ କରି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ କମିଟି ର ସଭାପତି ସତ୍ୟ ନାରାୟଣ କୁମାର, ସମ୍ପାଦକ ଶାନ୍ତନୁ ସାହୁ ପ୍ରମୁଖ ଉପସ୍ଥିତି ଥିବା ବେଳେ ପଞ୍ଚୁଦେବ ପାଣ୍ଡେ, ଶିବ ସାହୁ, ଜିତୁ କୁଅଁର, ନିରୋଜ ସାହୁ, ବୁଲୁ କୁଅଁର, ସୁନୀଲ ଦାସ, ଲଷ୍ମଣ ସାହୁ, ରାମ ସାହୁ, ରାମଦାଷ ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Spread the love