ଭାରତ ଆସି କୃଷ୍ଣଙ୍କ ଭକ୍ତିରେ ବିଭୋର ହେଲେ ଲୋକପ୍ରିୟ ତୁର୍କୀ ଅଭିନେତା ବୁରକ୍

ମୁମ୍ବାଇ: ଭାରତରେ ଲୋକପ୍ରିୟ ତୁର୍କୀ ଅଭିନେତା ବୁରକ୍ ଡେନିଜ୍। ୱେବ୍ ସିିରିଜ୍ ହୟାତରେ ନଜର ଆସି ସୋସିଆଲ ମିଡିଆ ଷ୍ଟାର ପାଲଟିଥିଲେ ବୁରକ୍। ଏହି ୱେବ୍ ସିିରିଜରେ ସେ ମୁରତ ଭୂମିକାରେ ନଜର ଆସିଥିଲେ। ସୋସିଆଲ ମିଡିଆରେ ହୟାତ୍ ଓ ମୁରତଙ୍କ ରୋମାନ୍ସର ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ଲୋକଙ୍କ ମନ କିଣିଥିଲେ ମୁରତ ଭୂମିକାରେ ନଜର ଆସିଥିବା ବୁରକ୍। ତେବେ ଭାରତରେ ବି ନଜର ପ୍ରଶଂସକ ବନାଇଥିବା ମୁରତ ଭାରତରେ ପହଞ୍ଚି କୃଷ୍ଣଙ୍କ ଭକ୍ତିରେ ବିଭୋର ହୋଇଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ ସେ ବେକରେ ଫୁଲମାଳ ପକାଇଥିବା ସହ ଇସ୍କନ ମନ୍ଦିର ପରିଦର୍ଶନ କରିଥିବା ଦେଖାଯାଇଛି। ମିଳିଥିବା ସୂଚନା ମୁତାବକ, ଅନେକ ଗୁଡ଼ିଏ ଇଭେଣ୍ଟରେ ଯୋଗ ଦେବା ପାଇଁ ବୁରକ୍ ମୁମ୍ବାଇ ଆସିଥିଲେ। ନିଜର କାମରୁ ଟିକିଏ ସମୟ ବାହାର କରି ସେ ବୃନ୍ଦାବନରେ ଥିବା ଇସ୍କନ ମନ୍ଦିର ଯାଇଥିଲେ। ସେଠାରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବା ସହ କିଛି ସମୟ ମନ୍ଦିରରେ ବସିଥିଲେ। ଏହି ସମୟରେ ମନ୍ଦିରର ପୂଜାରୀ ତାଙ୍କୁ ଫୁଲମାଳ ପକାଇଥିଲେ।

ଏବେ ବୁରକ୍ ତୁର୍କୀ ଫେରିଯାଇଥିବା ବେଳେ ଇନଷ୍ଟାରେ ସେ ନିଜର ଅନେକ ଫଟୋ ଓ ଭିଡିଓ ସେୟାର କରି ତାଙ୍କ ଅନୁଭୂତି ବହୁତ ଭଲ ଥିଲା ବୋଲି କହିଛନ୍ତି। ଭାରତୀୟ ନହୋଇ ବି ଭାରତୀୟ ସଂସ୍କୃତି ଓ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ବୁରକଙ୍କ ‌ଏତେ ଭଲପାଇବା ଥିବାରୁ ତାଙ୍କୁ ‌ଏବେ ପ୍ରଶଂସା କରାଯାଉଛି।

Spread the love