ଜାଣନ୍ତୁ, କାହିଁକି ଆଜିକାଲି ସମସ୍ତେ ପିନ୍ଧୁଛନ୍ତି କଇଁଛ ମୁଦି ?

ଆପଣ ଦେଖିଥିବେ ଆଜିକାଲି ପ୍ରାୟ ସମସ୍ତେ ଆଙ୍ଗୁଠିରେ କଇଁଛ ଆକୃତିର ମୁଦି ପିନ୍ଧୁଛନ୍ତି।ଏହାକୁ କିଛି ବ୍ଯକ୍ତି ନୂଆ ଫ୍ଯାସନ ବୋଲି ଭାବିଥାନ୍ତି। କିନ୍ତୁ ବାସ୍ତବରେ ଏହି ମୁଦି ପଛରେ ରହିଛି ବାସ୍ତୁ ସମ୍ବନ୍ଧୀୟ ତଥ୍ଯ। ଆସନ୍ତୁ ଜାଣିବା କାହିଁକି ପିନ୍ଧାଯାଇଥାଏ କଇଁଛ ମୁଦି। -କଇଁଛ ମୁଦି ପିନ୍ଧିଥିବା ବ୍ଯକ୍ତିଙ୍କ ଆତ୍ମବିଶ୍ବାସ ଦ୍ବିଗୁଣିତ ହୋଇଥାଏ। ଏହାକୁ ସବୁବେଳେ ପିନ୍ଧିବା ଦ୍ବାରା ବେପାରରେ କ୍ଷତି ହୋଇନଥାଏ ତଥା ଧନ ସଂପତ୍ତିର ଅଭାବ ଘଟିନଥାଏ।

କଇଁଛ ମୁଦି ପିନ୍ଧିବା ବେଳେ ଧ୍ୟାନ ରହିବା ଉଚିତ୍ କି କଇଁଛର ମୁଣ୍ଡଟି ଆପଣଙ୍କ ଆଡ଼କୁ ରହିବ। ଏହା ଦ୍ବାରା କଇଁଛ ଭଳି ସମସ୍ତ କାମରେ ଧର୍ଯ୍ଯ ରହିଥାଏ। ଏବଂ ଆପଣ ଶୁଣିଥିବେ ଧର୍ଯ୍ଯ ହିଁ ସଫଳତାର ଚାବିକାଠି।

–  ପୌରାଣିକ ଶାସ୍ତ୍ର ଅନୁଯାୟୀ, କଇଁଛ ଭଗବାନ ବିଷ୍ଣୁଙ୍କ ଅବତାର। ଏଣୁ କଇଁଛକୁ ଧର୍ଯ୍ଯ, ଶାନ୍ତି, ସାହାସ, ବିଜୟର ପ୍ରତିକ କୁହାଯାଇଥାଏ। ଏହାକୁ ଧାରଣ କରିଥିବା ବ୍ଯକ୍ତଙ୍କ ନିକଟରେ  ମଧ୍ୟ ଏହି ସମସ୍ତ ଗୁଣ ଦେଖାଯାଇଥାଏ। -ଲକ୍ଷ୍ମୀଙ୍କ ଆର୍ବିଭାବ ସମୁଦ୍ର ମନ୍ଥନ ସମୟରେ ହୋଇଥିଲା। ଏଣୁ କଇଁଛକୁ ଲକ୍ଷ୍ମୀଙ୍କ ପ୍ରିୟ ବୋଲି ମଧ୍ୟ କୁହାଯାଇଥାଏ। ଏଥିପାଇଁ ଲୋକ ଧନର ପ୍ରାପ୍ତି ପାଇଁ ମଧ୍ୟ କଇଁଛର ମୁଦି ପିନ୍ଧିଥାନ୍ତି।

Spread the love