ବିଶ୍ବ କଲ୍ୟାଣଙ୍କ ହାତ ଧରିଲେ ବଲିଉଡ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ

ହାସ୍ୟ ଅଭିନେତା ବିଶ୍ବ କଲ୍ୟାଣ ରଥଙ୍କ ହାତ ଧରିଲେ ଓଡ଼ିଶାର ଝିଅ ତଥା ବଲିଉଡ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ। ଦୁହିଁଙ୍କ ଜନ୍ମ ଓଡ଼ିଶାରେ ହୋଇଥିଲେ ମଧ୍ୟ ଦୁହେଁ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀଙ୍କ ଜନ୍ମ ବ୍ରହ୍ମପୁରରେ ହୋଇଥିବା ବେଳେ ଦୁହେଁ ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ଆଜି ଦୁହେଁ ଫଟୋ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି।

ବିଶ୍ବ ଜଣେ ଜଣାଶୁଣା ହାସ୍ୟ ଅଭିନେତା ହୋଇଥିବା ବେଳେ ସୁଲଗ୍ନା ‘ମର୍ଡର-୨’ ଭଳି ଫିିଲ୍ମ ଏବଂ ଅନେକ ହିନ୍ଦି ଧାରାବାହିକରେ ନଜର ଆସି ଲୋକପ୍ରିୟ ହୋଇପାରିଛନ୍ତି। ବିଶ୍ବ ଆମାଜନ ପ୍ରାଇମରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ କମିକସ୍ତାନରେ ସେ ବିଚାରକଭାବେ ନଜର ଆସିଥିବା ବେଳେ ଆମାଜନ ଅରିଜିନାଲ ସିରିଜ ‘ଲାଖୋଁ ମେଁ ଏକ’ ତିଆରି କରିଥିଲେ, ଯାହାର ୨ଟି ସିଜିନ ରିଲିଜ ହୋଇ ସାରିଛି। ଅନ୍ୟପକ୍ଷରେ ସୁଲଗ୍ନା ଫିଲ୍ମ ‘ମର୍ଡର-୨’, ‘ଇସ୍କ ୱାଲା ଲଭ୍’, ‘ଇଶାଇ’, ‘ଗୁରୁ ଦକ୍ଷିଣା’ ଏବଂ ‘ରେଡ୍’ ଭଳି ଫିଲ୍ମରେ ନଜର ଆସିଥିବା ବେଳେ ‘ଅମ୍ବର ଧାରା’, ‘ଦୋ ସହେଲିଆଁ’ ଏବଂ ‘ବିଦାଇ’ ଭଳି ଧାରାବାହିକରେ ନଜର ଆସିଛନ୍ତି।

Spread the love