ଅଭିନନ୍ଦନ ଭାରତ ଫେରିବା ପରେ କିଏ କ’ଣ କହିଲେ ଆସନ୍ତୁ ଜାଣିବା

ବାୟୁ ବୀର ତଥା ଭାରତର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଗତକାଲି ଭାରତ ଫେରିଆସିଛନ୍ତି । ତାଙ୍କୁ ସାରା ଦେଶ ଗର୍ବ ଓ ଗୌରବର ସହ ସ୍ୱାଗତ କରିଛି । ତାଙ୍କ ଭାରତ ଫେରିବା ନେଇ ଭାରତର 130 କୋଟି ଜନ ସାଧାରଣ ବିଭିନ୍ନ ଉପାୟରେ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ରାଜନୈତିକ  ଭେଦଭାବ ଭୁଲି ସମସ୍ତେ ତାଙ୍କୁ ସ୍ବାଗତ କରିଥିଲେ । ଏବେ ଆସନ୍ତୁ ଜାଣିବା କିଏ କଣ କହିଛନ୍ତି ।

ରାମନାଥ କୋବିନ୍ଦ- ରାଷ୍ଟ୍ରପତି:  ସ୍ୱଗୃହକୁ ସ୍ୱାଗତ ବୀର କମାଣ୍ଡର। ତୁମ ସାହସ, କର୍ତ୍ତବ୍ୟପରାୟଣାତା ଏବଂ ସର୍ବୋପରି ଏହି ଗୌରବ ପାଇଁ ଦେଶବାସୀ ଗର୍ବିତ । ଭବିଷ୍ୟତରେ ପ୍ରତି କ୍ଷେତ୍ରରେ ତୁମର ଏବଂ ସାରା ବାୟୁସେନାର ସଫଳତା କାମନା କରୁଛି।

ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ:   ଅଭିନନ୍ଦନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାରେ ମିଳିଥିବା ସଫଳତା ସମଗ୍ର ଦେଶ ପାଇଁ ଗର୍ବର ବିଷୟ ।

ନବୀନ ପଟ୍ଟନାୟକ, ଓଡିଶା ମୁଖ୍ୟମନ୍ତ୍ରୀ:   ବୀରତ୍ବ ଓ ସାହସିକତା ମାଧ୍ୟମରେ ଆପଣ ଦେଶକୁ ଗର୍ବିତ କରିଛନ୍ତି ।

ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ :  ଅଭିନନ୍ଦନଙ୍କୁ ଫେରାଇ ପାକିସ୍ତାନ ଭାରତ ପାଇଁ କୌଣସି ଦୟା କରିନାହିଁ । ଜେନେଭା ଚୁକ୍ତି ଅନୁସାରେ ପେରାଇବାକୁ ପାକିସ୍ତାନ ବାଧ୍ୟ ଥିଲା ଏବଂ ଭାରତ ଚାପରେ ନତମସ୍ତକ ହୋଇ କାର୍ଯ୍ୟକାରୀ କରିଛି ।

ରାହୁଲଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ: ଅଭିନନ୍ଦନଙ୍କ ସାହସକୁ ସାଲ୍ୟୁଟ କରୁଛି ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଚମତ୍କୃତ କରିଛି ।

ମମତା ବାନାର୍ଜୀ, ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ: ଭାରତର କୂଟନୈତିକ ପ୍ରୟାସ ସଫଳ ହୋଇଛି । ଏବଂ ଅଭିନନ୍ଦନଙ୍କୁ ଫେରାଇବାକୁ ପାକିସ୍ତାନ ବାଧ୍ୟ   ହୋଇଛି ।

ଅମିତ ଶାହ, ବିଜେପି ଅଧ୍ୟକ୍ଷ: ଅଭିନନ୍ଦନ ତାଙ୍କ  ସାହସିକ କାର୍ଯ୍ୟପାଇଁ ଆମକୁ ଗର୍ବିତ କରିଛନ୍ତି ।

କ୍ୟାପଟେନ ଅମରିନ୍ଦର ସିଂହ, ପବଞ୍ଜାବ ମୁଖ୍ୟମନ୍ତ୍ରୀ:  ଅଭିନନ୍ଦନ ସ୍ୱଦେଶ ଫେରିଥିବାରୁ  ତାଙ୍କୁ ସ୍ବାଗତ କରୁଛି ଏବଂ ଖୁବଶୀଘ୍ର ଯାଇ ଭେଟିବି ।

Spread the love