ଟ୍ଵିନ୍‌ସିଟିରେ ପ୍ରବଳ ବର୍ଷିବ: ପାଣିପାଗ ବିଭାଗ

ଟ୍ଵିନ୍‌ସିଟିକୁ ସତର୍କତା। ଭୁବନେଶ୍ୱର ଓ କଟକ ସହରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦିନ ୪ଟା ଯାଏଁ ବର୍ଷା ନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବା ସମ୍ଭାବନା ରହିଛି।

ମେଘୁଆ ପାଗ ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେବନି। ଏଭଳି ପାଗରେ ଯଥା ସମ୍ଭବ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱରରେ ୧୬ଟି ତଳିଆ ଅଞ୍ଚଳ ରହିଛି। ଏସବୁ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ପମ୍ପ ସେଟ୍‌ ବ୍ୟବସ୍ଥା କରାଯାଇଛି। ଇଞ୍ଜିନିୟରଙ୍କୁ ବି ମୁତୟନ କରାଯାଇଛି।
Spread the love