ଟ୍ୱିଟର୍‌ର ନୂଆ ମାଲିକ ହେଲେ ଏଲନ ମସ୍କ

ନୂଆଦିଲ୍ଲୀ :    ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍‌ରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବ୍ୟାପକ ମୁଲଚାଲ ପରେ ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବକୁ ଟ୍ବିଟ୍‌ରର ଗ୍ରହଣ କରିଛି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଳାଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । କିଛିଦିନ ତଳେ ଟ୍ବିଟ୍‌ର ବୋର୍ଡ ଏଲନ ମସ୍କଙ୍କ ହାତକୁ ଯେଭଳିକମ୍ପାନି ଚାଲି ନ ଯିବ ସେଥିପାଇଁ ପଏଜନ ପିଲ୍‌ ଷ୍ଟ୍ରାଟେଜି ଗ୍ରହଣ କରିଥିଲେ କିନ୍ତୁ ଏଲନ ମସ୍କ ଏହି ପଏଜନ ପିଲ୍‌କୁ ଦୂର କରିବାର ଉପାୟ ବାହାର କରିଥିଲେ ଏବଂ କମ୍ପାନି ସହ ଡିଲ୍‌ ଚୂଡାନ୍ତ କରିଥିଲେ । ଟ୍ବିଟ୍‌ର କିଣିବା ପରେ ଏଲନ ମସ୍କ ଫ୍ରିଡମ ଅଫ୍‌ ସ୍ପିଚ୍‌ (ବାକ୍‌ ସ୍ୱାଧୀନତା) ଉପରେ କାର୍ଯ୍ୟ କରିବେ।

Spread the love