ଟ୍ୱିଟର କିଣିବା ଡିଲ୍ ରବ୍ଦ କଲେ ଏଲନ ମସ୍କ

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି ଏଲନ୍ ଗତ ଏପ୍ରିଲ ୨୫ ତାରିଖରେ ୫୪.୨୦ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ନେଇ ଅଫର୍ ଦେଇଥିଲେ ଏବଂ ପରେ ୪୪ ବିଲିୟନ ଡଲାରରେ ଡିଲ୍ ଫାଇନାଲ ହେବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏବେ ସେ ଏହି ଡିଲରୁ ଓହରି ଯାଇଛନ୍ତି ଏବଂ ଟ୍ୱିଟରକୁ କିଣିବେନି ବୋଲି କହିଛନ୍ତି ଏଲନ ମସ୍କ । ତେବେ ଡିଲରୁ ହଟିବା ପରେ ଏଲନଙ୍କ ବିରୋଧରେ ଟ୍ୱିଟର କେସ୍ କରିବ ବୋଲି କହିଛି ।ମସ୍କଙ୍କ ଓକିଲ ଟ୍ୱିଟରରେ ଲେଖିଛନ୍ତି ଯେ, ସେମାନେ ଚୁକ୍ତି ବାତିଲ କରୁଛନ୍ତି । କାରଣ ଟ୍ୱିଟର ଚୁକ୍ତିର ଉଲ୍ଲଙ୍ଘନ କରିଛି । ଟ୍ୱିଟର୍ ଭ୍ରମିତ କଲା ଭଳି କାମ କରିଛି । ମସ୍କ ଟ୍ୱିଟର ପ୍ରତି ବିଶ୍ୱାସ କରିଥିଲେ ଯାହା ଭୁଲ ଥିଲା ।ତେବେ ଟ୍ୱିଟର କହିଛି ଯେ, କମ୍ପାନୀ ଏହି ଚୁକ୍ତିକୁ ପୂରଣ କରିବାକୁ ଚାହୁଁଛି । ତେଣୁ ସେମାନେ ଆଇନର ଆଶ୍ରୟ ନେବେ । ଟ୍ୱିଟରର ଚେୟାରମ୍ୟାନ୍ ବ୍ରେଟ୍ ଟେଲର କହିଛନ୍ତି ଯେ, ଟ୍ୱିଟର ବୋର୍ଜ ଏଲନ ମସ୍କଙ୍କ ସହ କରିଥିବା ଡିଲକୁ ପୁରା କରିବାକୁ ଚାହୁଁଛି । ତେଣୁ ସେମାନେ ଲିଗାଲ ଆକ୍ସନ ନେବାକୁ ପ୍ରସ୍ତୁତ ଅଛନ୍ତି ।

Spread the love