ଝାଡ଼ଖଣ୍ଡରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଓଡ଼ିଶା ପୁଲିସ

ଭୁ‌ବନେଶ୍ବର: ଛାତ୍ରବୃତ୍ତି ଠକେଇ ଓ ସୋଲାର ଯନ୍ତ୍ରାଂଶ ଠକେଇ ଅଭିଯୋଗରେ ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ୨ ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନିଶାନ୍ତ ପ୍ରକାଶ ଜୟସ୍ବାଲ ଓ ଅମର ଦାନିଶ। ଉଭୟ ଅଭିଯୁକ୍ତ ବାସ୍ତବ ଇଣ୍ଡିଆ ଟ୍ରଷ୍ଟର ଓଡ଼ିଶା ଶାଖା ପାଇଁ ଫିଲ୍ଡ ଅଫିସର ଓ ପ୍ରକଳ୍ପ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ପୁଲି ଗତବର୍ଷ ନଭେମ୍ବର ୩୦ରେ ହୋଇଥିବା ଏତଲା କ୍ରମେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ନିଶାନ୍ତ ପ୍ରକାଶ ଜୟସ୍ବାଲ ଓ ଅମର ଦାନିଶଙ୍କୁ ଇଓଡବ୍ଲୁ ଗିରଫ କଲା ପରେ ରାଞ୍ଚିସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଛି। ଏହା ପରେ ଭୁବନେଶ୍ବରକୁ ୪୩ ଘଣ୍ଟା ପାଇଁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଅଭିଯୁକ୍ତମାନଙ୍କୁ ଆଜି କଟକସ୍ଥିତ ଓପିଆଇଡି କୋର୍ଟରେ ହାଜର କରାଯିବ।

Spread the love