ଦୁଇ ଏସୀୟ ଦଳ ପରାସ୍ତ: ଗୋଲ୍‌ ବର୍ଷା କଲା ବିଜେତା ବେଲଜିୟମ୍‌, ଜାପାନ୍‌କୁ ହରଇଲା ଜର୍ମାନି

ଭୁବନେଶ୍ବର: ହକି ବିଶ୍ବକପ୍‌ରେ ପୁଣି ଥରେ ଦମ୍‌ଦାର ଢଙ୍ଗରେ ଗୋଲ୍‌ ବର୍ଷା କରି ଅଭିଯାନ ଆରମ୍ଭ କରିଛି ଗତଥରର ଚାମ୍ପିଅନ୍‌ ବେଲଜିୟମ୍‌। କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ପୁଲ୍‌ ବି’ର ପ୍ରଥମ ମ୍ୟାଚ୍‌ରେ ବେଲଜିୟମ୍‌ ୫-୦ ଗୋଲ୍‌ରେ ୮ ବର୍ଷ ପରେ ବିଶ୍ବକପ୍‌ ଖେଳୁଥିବା ଏସିଆ କପ୍‌ ବିଜେତା କୋରିଆକୁ ଏକତରଫା ଭାବେ ପରାସ୍ତ କରିଛି। ଫଳରେ ୭ ବର୍ଷ ପରେ ପରସ୍ପର ସହିତ ଖେଳୁଥିବା ଏହି ମ୍ୟାଚ୍‌ ଜରିଆରେ କୋରିଆ ବିପକ୍ଷରେ ବେଲଜିୟମ୍‌ ବିଜୟ ଧାରା ଜାରି ରଖିଛି। ଭିକ୍ଟର ୱେଗନେଜ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଅଲମ୍ପିଆନ୍‌ ଅନୁରାଧା ବିଶ୍ବାଳ ପୁରସ୍କୃତ କରିଥିଲେ। ଶନିବାର ମ୍ୟାଚ୍‌ ଆରମ୍ଭରୁ ୨ ନମ୍ବର ମାନ୍ୟତାପ୍ରାନ୍ତ ବେଲଜିୟମକୁ ଭଲ ଟକ୍କର ଦେଇଥିଲା ୧୦ ନମ୍ବର କୋରିଆ। ବିଶେଷକରି କୋରିଆ ଗୋଲ୍‌ରକ୍ଷକ କିମ୍‌ ଜିୟୋନ୍‌ ବେଲଜିୟମ୍‌ର ଏକାଧିକ ପ୍ରୟାସକୁ ପଣ୍ତ କରିଥିଲେ।

କଡ଼ା ମୁକାବିଲା ହେଉଥିବା ଏହି ମ୍ୟାଚ୍‌ର ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିବା ପରେ ତୃତୀୟ କ୍ବାର୍ଟରରେ ବିଜେତା ବେଲଜିୟମ୍‌ ଗୋଲ୍‌ ଖାତା ଖୋଲିଥିଲା। ୩୦ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ଜରିଆରେ ଆଲେକ୍ସଜାଣ୍ତର ହେଣ୍ତ୍ରିକ୍ସ ପ୍ରଥମ ଗୋଲ୍‌ କରିଥିଲେ। ବେଲଜିୟମ୍‌ ଅଗ୍ରଣୀ ପାଇଥିଲେ ବି ୫ ମିନିଟ୍‌ ପରେ କୋରିଆ ଖେଳାଳିମାନେ ଏକ ସହଜ ସୁଯୋଗକୁ ହାତଛଡ଼ା କରିଥିଲେ। ଏହାପରଠୁ କୋରିଆ ଅଧିକ ଆକ୍ରମଣାତ୍ମକ ଖେଳିଥିଲେ ବି ସଫଳ ହୋଇନଥିଲା। ଏହାର ଫାଇଦା ନେଇ ୪୨ତମ ମିନିଟ୍‌ରେ ପ୍ରଥମ ଥର ବିଶ୍ବକପ୍‌ ଖେଳୁଥିବା ବଦଳ ଖେଳାଳି କସିନ୍ସ ଟାଙ୍ଗୁଇ ଫିଲ୍ଡ ଗୋଲ୍‌ ଦେଇ ବେଲ୍‌ଜିୟମକୁ ବିଜୟ ଆଡ଼କୁ ଆଗେଇ ନେଇଥିଲେ। ଚତୁର୍ଥ କ୍ବାର୍ଟରରେ ୪୯ ମିନିଟ୍‌ ବେଳକୁ ବେଲ୍‌ଜିୟମ୍‌କୁ ମିଳିଥିବା ଆଉ ଏକ ପେନାଲ୍‌ଟି କର୍ଣ୍ଣରକୁ ଫ୍ଲୋରେଣ୍ଟ ଭାନ୍‌ ଅବେଲ୍‌ ଗୋଲ୍‌ରେ ପରିଣତ କରିଥିଲା ବେଳେ ୩ ମିନିଟ୍‌ ପରେ ଡକିଅର‌୍‌ ସେବାଷ୍ଟିଆନ୍‌ ଏବଂ ୫୭ ମିନିଟ୍‌ରେ ଆର୍ଥର ଡି ସ୍କୁଭର ଦୁଇଟି ଫିଲ୍ଡ ଗୋଲ୍‌ ଦେଇ ବିଜୟ ସୁନିଶ୍ଚିତ କରିଥିଲେ।
ନିଟ୍‌ ବେଳକୁ ବେଲ୍‌ଜିୟମ୍‌କୁ ମିଳିଥିବା ଆଉ ଏକ ପେନାଲ୍‌ଟି କର୍ଣ୍ଣରକୁ ଫ୍ଲୋରେଣ୍ଟ ଭାନ୍‌ ଅବେଲ୍‌ ଗୋଲ୍‌ରେ ପରିଣତ କରିଥିଲା ବେଳେ ୩ ମିନିଟ୍‌ ପରେ ଡକିଅର‌୍‌ ସେବାଷ୍ଟିଆନ୍‌ ଏବଂ ୫୭ ମିନିଟ୍‌ରେ ଆର୍ଥର ଡି ସ୍କୁଭର ଦୁଇଟି ଫିଲ୍ଡ ଗୋଲ୍‌ ଦେଇ ବିଜୟ ସୁନିଶ୍ଚିତ କରିଥିଲେ।

Ads by

୧୬ ପେନାଲ୍‌ଟି କର୍ଣ୍ଣର
ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ୧୬ଟି ପେନାଲ୍‌ଟି କର୍ଣ୍ଣର ଦେଖିବାକୁ ମିଳିଥିଲା। ଯେଉଁଥିରେ ବେଲଜିୟମ୍‌ ୨-୦ରେ ସଫଳ ହୋଇଥିଲା। ପ୍ରଥମ କ୍ବାର୍ଟର ଶିଥୀଳ ପଡ଼ିଥିଲା ବେଳେ ଦ୍ବିତୀୟ କ୍ବାର୍ଟର ପରଠୁ ପେନାଲ୍ଟି କର୍ଣ୍ଣରର ଲାଇନ୍‌ ଲାଗିଥିଲା। ବେଲଜିୟମ୍‌ ମୋଟ୍‌ ୧୦ ପାଇଥିଲା ବେଳେ ଦୁଇଟିକୁ ଗୋଲ୍‌ରେ ପରିଣତ କରିଥିଲା। ପ୍ରଥମରୁ ୭ଟି ପେନାଲ୍‌ଟି କର୍ଣ୍ଣର ପରେ କୋରିଆ ଭାଗ୍ୟରେ ୬ ପେନାଲ୍‌ଟି ଆସିଥିଲେ ବି କୌଣସି ଗୋଟିଏକୁ ଖେଳାଳିମାନେ ଗୋଲ୍‌ରେ ପରିଣତ କରିପାରିନଥିଲେ। ତେବେ ଏହି ମ୍ୟାଚ୍‌ରେ ତୃତୀୟ କ୍ବାର୍ଟରରେ ସର୍ବାଧିକ ୧୦ଟି ପେନାଲ୍‌ଟି କର୍ଣ୍ଣର ଦିଆଯାଇଥିଲା।

ବେଲଜିୟମର ୧୭ ଜଣ ୨୦୧୮ରେ ଖେଳିଥିଲେ
ବେଲଜିୟମ୍‌ ଗତ ୨୦୧୮ ସ˚ସ୍କରଣରେ ଭୁବନେଶ୍ବରରେ ବିଜେତା ହୋଇଥିଲା। ସେହି ଦଳର ୧୭ ଜଣ ଖେଳାଳି ଚଳିତ ସ˚ସ୍କରଣରେ ଖେଳିବାକୁ ଆସିଛନ୍ତି। ଶନିବାର ପ୍ରଥମ ମ୍ୟାଚ୍‌ରେ ବେଲଜିୟମ୍‌ ଲାଇନ୍‌ ଅପ୍‌ ମଧ୍ୟରେ କେବଳ କସିନ୍ସ ଟାଙ୍ଗୁଇଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଗତ ସ˚ସ୍କରଣର ଅଭିଜ୍ଞତା ରଖିଛନ୍ତି। ଯେଉଁଥିପାଇଁ ପ୍ରଥମ ମ୍ୟାଚ୍‌ରୁ ଦଳ କୋରିଆକୁ ଭାରି ପଡ଼ି ଗୋଲ୍‌ବର୍ଷା କରିଥିଲା। ତେବେ ସମ୍ଭବତଃ ନିଜର ଶେଷ ବିଶ୍ବକପ୍‌ ଖେଳୁଥିବା ଦଳର ବରିଷ୍ଠ ଖେଳାଳି ଜନ୍‌ ଜନ୍‌ ଡୋମେନ୍‌ଙ୍କୁ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିଲା।

Spread the love