ଶ୍ରୀମନ୍ଦିରରେ ଦଳାଚକଟାରେ ଦୁଇ ଭକ୍ତ ଆହତ

ପୁରୀ: ଶ୍ରୀମନ୍ଦିରରେ ଦଳାଚକଟାରେ ଦୁଇ ଭକ୍ତ ଆହତ।  ଆଜି ମହାପ୍ରଭୁଙ୍କ ବଲ୍ଳଭ ନୀତି ପାଇଁ ଦର୍ଶନ ବନ୍ଦ ରହିଥିଲା, ହଠାତ ଦର୍ଶନ ଆରମ୍ଭ ହେବା ମାତ୍ରେ ଅପେକ୍ଷା କରିଥିବା ଭକ୍ତମାନେ ଦର୍ଶନ କରିବାକୁ ଯାଉଥିବା ବେଳେ ଦୁଇଜଣ ଭକ୍ତ ସାତପାହାଚ ନିକଟରେ ପଡିଯାଇଥିଲେ | ଦଳାଚକଟାରେ କୋଲକତାର ବିମଳ ଚକ୍ରବର୍ତ୍ତୀଙ୍କ ଗୋଡ଼ ଓ ସମ୍ବଲପୁରର ଶ୍ରୀମତୀ ମିଶ୍ରଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡିଛି।  ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। 

Spread the love