ଶିମିଳିପାଳରେ ମୁହାଁମୁହିଁ ଦୁଇ ମହାବଳ ବାଘ

ଶିମିଳିପାଳରେ ବାଘ ଲଢ଼େଇ । ଶିମିଳିପାଳ ଟାଇଗର ରିଜର୍ଭରେ ଦୁଇ ମହାବଳ ବାଘ ମଧ୍ୟରେ ଏହି ଲଢ଼େଇ ହୋଇଛି । ଦୁଇ ବାଘର ପରିଚୟ ଟି-୩୫ ଓ ଟି-୩୧ ବୋଲି ଜଣାପଡ଼ିଛି । ଲଢ଼େଇରେ ଟି-୩୫ ବିଜୟୀ ହୋଇଥିବା ନେଇ ସୂଚନା ମିଳିଛି । ନିଜ ନିଜର ଅଞ୍ଚଳକୁ ଦଖଲ କରିବା ପାଇଁ ଏହି ଲଢ଼େଇ ହୋଇଥିବା ଜଣାପଡ଼ିଛି । ବିଜୟ ପରେ ଟି-୩୫ ତା’ର ଅଞ୍ଚଳକୁ ଦଖଲ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି । ଶିମିଳିପାଳ ଟାଇଗର ରିଜର୍ଭ ତା’ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଫଟୋ ଓ ଭିଡିଓ ପୋଷ୍ଟ କରିଛି ।

Spread the love