ପୁଣି ଦୁଇ ବାଲେଶ୍ଵରରୁ କରୋନା ପଜିଟିଭ ଚିହ୍ନଟ , ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଛୁଇଁଲା

 ଭୁବନେଶ୍ୱର, ୨୩/୦୪:  ଆଜି ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏମାନେ ବାଲେଶ୍ୱର  ଜିଲ୍ଲାର  ବୋଲି ଜଣାପଡିଛି।  ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜଣେ ୫୫ ବର୍ଷୀୟ। ମହିଳା ହୋଇଥିବାବେଳେ ଜଣେ ୩୬ ବର୍ଷର ଯୁବକ ଅଛନ୍ତି। ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାରୁ ଆଜି ୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ଆଜି ଏପର୍ଯ୍ୟନ୍ତ ୬ ଜଣ ପଜିଟି ଭ  ଚିହ୍ନଟ ହୋଇଛନ୍ତି।   ଏହାକୁ ମିଶାଇ ରାଜ୍ୟରେ ୮୯ କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା ।

Spread the love