ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ

କଟକ: ଆଜି କଟକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କଟକ ମହାନଦୀରେ ଭାସିଯାଇ ୨ ଛାତ୍ର ନିଖୋଜ ହୋଇଛନ୍ତି । କଟକ ନରାଜ ନିକଟ ମହାନଦୀରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜିବାକୁ ଉଦ୍ୟମ ଜାରି ରହିଛି । ନିଖୋଜ ଦୁଇଜଣ ଷ୍ଟୁଆର୍ଟ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଆଠ ଜଣ ଛାତ୍ର ଆସିଥିବା ବେଳେ ଗାଧୋଇବା ସମୟରେ ଦୁଇ ଜଣ ଭାସି ଯାଇଛନ୍ତି । ମହାନଦୀ କୂଳରେ ଛାତ୍ରଙ୍କର ଜୋତା, ବ୍ୟାଗ ଓ ସ୍କୁଟି ରହିଛି ।

Spread the love