ଶଙ୍ଖା ସିନ୍ଦୁର ପିନ୍ଧି କଲେଜରେ ବାହା ହେଲେ ଦୁଇ ଛାତ୍ରଛାତ୍ରୀ

ନୟାଗଡ  : ରିଲ୍ସ ପାଇଁ ମିଛି ମିଛିକା ବାହାଘର । ସିନ୍ଦୁର ପିନ୍ଧା ହଉଛି ସଙ୍ଖା ବି ପିନ୍ଧା ହଉଛି ଆଉ ପରେ ମୁଣ୍ଡିଆ ବି ମରାହଉଛି କିନ୍ତୁ ହଉଛି ମିଛ ବାହାଘର । ରିଲ୍ସ ପାଇଁ ହୋଇଛି ଏସବୁ ଅଭିନୟ । ମନ୍ତ୍ର ବି ପଢ଼ାହଉଛି ଆଉ ବାହାଘର ପରେ ଆଶିର୍ବାଦ ବି ନିଆ ହେଉଛି । ଆପଣ ପ୍ରତ୍ୟେକଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ରିଲ୍ସ ଦେଖୁଛନ୍ତି ଅନେକ ନୂଆ ନୂଆ ରିଲ୍ସ ବି ଦେଖୁଛନ୍ତି କିନ୍ତୁ ରିଲ୍ସ ବନାଇବା ପାଇଁ ଏମିତି ଦୃଶ୍ୟ ବୋଧହୁଏ ପ୍ରଥମ ଥର ଦେଖୁଥିବେ । ଆଜ୍ଞା ଏ ଦୃଶ୍ୟ ଅନ୍ୟ କେଉଁଠି ନୁହେଁ ବରଂ ଓଡିଶାରେ । ଓଡିଶାର ନୟାଗଡର ଏକ ସରକାରୀ କଲେଜର ଏ ଦୃଶ୍ୟ ।

କଲେଜରେ ପାଠ ପଢ଼ିବାକୁ ଆସିଥିବା ଏ ଛାତ୍ରଛାତ୍ରୀ କ୍ଲାସ ବନ୍ଦ କରି କଲେଜର ପଛପଟେ କରୁଛନ୍ତି ଏହି କାମ । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ପୂରା ବାହାଘର ଚାଲିଛି ତାହାପୁଣି ମନ୍ତ୍ର ଉଚ୍ଚାଣରେ । ଏହି ୩୦ ସେକେଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରୀଙ୍କ ମୁଣ୍ଡରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧାଉଛନ୍ତି । ନିକଟରେ ଉପସ୍ଥିତ ଥିବା ସାଥି ଛାତ୍ରୀମାନେ ପ୍ରତିବାଦ ନ କରି ହସି ହସି ବିବାହ ଉତ୍ସବର ମଜ୍ଜା ନେଉଛନ୍ତି । ଏପରି କି ଛାତ୍ରୀ ଜଣକ ସମ୍ପୃକ୍ତ ଛାତ୍ରଙ୍କ ସମେତ ପାଖରେ ଥିବା ସହପାଠୀମାନଙ୍କ ଆଶୀର୍ବାଦ ନେଉଛନ୍ତି । ଆଉ ସେମାନେ ବି ଭଲ ଆଶିର୍ବାଦ ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କହୁଛି ବୁଢ଼ିଟେ ହେଇଥାଏ ପୁଣି ଆଉ ଜଣେ କହୁଛି ଅଇସୁଲକ୍ଷଣୀ ଭବ । ପୁଣି କିଏ କହୁଛି ୬ଟା ପିଆର ମାଆ ହ ଆଉ ଜଲଦି ହ ।

ଭିଡିଓରେ ପରସ୍ପରକୁ ଆଲିଙ୍ଗନ ମଧ୍ୟ କରୁଛନ୍ତି । ପାଖରେ କେତେଜଣ ଛାତ୍ରୀ ରହି ଏହି ଛାତ୍ରୀଛାତ୍ରଙ୍କ ସହ ମିଶି ଭଲ ପୋଜ ଦେଇ ଫଟୋ, ଭିଡିଓ କରିବା ସହ ମଜା ନେଉଛନ୍ତି । ନୟାଗଡ଼ର ଏକ କଲେଜର ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭିଡିଓର ସୁଟିଂ ହୋଇଥିବା ଜଣାପଡ଼ୁଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ରିଲ୍ସରେ ସିନ୍ଦୂର ସିନ୍ଦୂର କହିଯାଏ ମତେ ଆଜି ତୁମେ ମୋର ମୁଁ ତୁମର ଗୀତ ବାଜୁଛି । ରିଲ୍ମ ସୁଟିଂ ପରେ କଲେଜ ବିବାଦ ଘେରକୁ ଆସିଛି । ରିଲ ଭାଇରାଲ ହେବା ପରେ ଛାତ୍ରୀଛାତ୍ର ବିବାହ କରିଛନ୍ତି ନା ରିଲ୍ବ ସୁଟିଂ କରି ମଜା ନେଉଛନ୍ତି ତାହାର ତଦନ୍ତ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ଏହି ଘଟଣାରେ ଭାଇରାଲ ହେଉଥିବା ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Spread the love