ମୋଗେମ୍ବୋ ଖୁସ ହୁଆ : ଅମିତ ଶାହାଙ୍କୁ ଲକ୍ଷ୍ୟ କରି କହିଲେ ଉଦ୍ଧବ

ମୁମ୍ବାଇ : ଠାକରେ ପରିବାର ହାତରୁ ଶିବସେନା ନାମ ଓ ଦଳୀୟ ଚିହ୍ନ ସିନ୍ଦେ ଗୋଷ୍ଠୀଙ୍କ ହାତକୁ ଖସିଯିବା ପରେ ଅତ୍ୟନ୍ତ ଆକ୍ରାମକ ହୋଇଉଠିଛନ୍ତି ଉଦ୍ଧବ ଠାକରେ । ଶୁକ୍ରବାରଦିନ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି । ଅମିତ ଶାହାଙ୍କୁ ଲକ୍ଷ୍ୟ କରି ସେ ଏକ ପ୍ରସିଦ୍ଧ ବଲିଉଡ ଚଳଚ୍ଚିତ୍ରର ଡାଇଲଗ୍ ମାରିଛନ୍ତି- ମୋଗାମ୍ବୋ ଖୁସ ହୁଆ । ସେହିପରି ମୋଦୀଙ୍କୁ ସେ କହିଛନ୍ତି ଯେ ଯେତେବେଳେ ୧୯୯୩ ବୋମା ବିସ୍ଫୋରଣ ବେଳେ ଶିବ ସୈନିକମାନେ ମୁମ୍ବାଇକୁ ବଞ୍ଚାଇଥିଲେ, ସେତେବେଳେ ୫୬ ଇଂଚ ଛାତି ବାଲା ମୋଦୀ କେଉଁଠି ଥିଲେ ? ଗତ ଶୁକ୍ରବାର ଦିନ ସିନ୍ଦେଙ୍କୁ ଟାର୍ଗେଟ କରି ଉଦ୍ଧବ ଠାକରେ କହିଥିଲେ ଜଣେ ଗଦ୍ଦାର (ବିଶ୍ବାସଘାତକ) ସବୁବେଳେ ଗଦ୍ଦାର ହିଁ ରହିଥାଏ । ଏହା ସହିତ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।  ଏବେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଶେଷ ହୋଇଛି ବୋଲି ଘୋଷଣା କରିବା ଉଚିତ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ନାମ ଓ ଚିହ୍ନ ହରାଇବା ପରେ ଶିବସେନା ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି ।

Spread the love