ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି ଆଦିତ୍ୟ ନାରାୟଣ

ନୂଆଦିଲ୍ଲୀ ୨୪।୦୧ : ଉଦିତ୍‌ ନାରାୟଣଙ୍କ ପୁଅ ତଥା ଟେଲି ଜଗତର ହୋଷ୍ଟ ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି। ଆଦିତ୍ୟ ଏବଂ ଶ୍ୱେତା ୨୦୧୦ରେ ଫିଲ୍ମ ‘ଶାପିତ୍‌’ରେ ଏକାଠି କାମ କରିଥିଲେ । ଦୁହେଁ ପ୍ରାୟ୧୦ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୧ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ । ଏବେ ଏହି ଦମ୍ପତି ତାଙ୍କ ଘରର ନୂଆ ସଦସ୍ୟକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏନେଇ ଆଦିତ୍ୟ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ତାଙ୍କ ପତ୍ନୀ ସହିତ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ବେବି ବମ୍ପ ସହ ନଜର ଆସିଛନ୍ତି ।

ତେବେ ଏହି ଫଟୋକୁ ସେୟାର କରି ଆଦିତ୍ୟ ଲେଖିଛନ୍ତି କି- ଶ୍ବେତା ଏବଂ ମୁଁ ତୁମ ଆର୍ଶୀବାଦ ସହିତ ଖୁବ୍‌ ଶୀଘ୍ର ଆମ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛୁ । ଆଦିତ୍ୟ ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି ଯେ ଶ୍ୱେତା ଏବଂ ମୁଁ ଆମର ଏହି ନୂଆ ଫେଜ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଛୁ। ମୁଁ ପିଲାମାନଙ୍କୁ ବହୁତ ଭଲପାଏ ଏବଂ ଦିନେ ବାପା ହେବାକୁ ଚାହୁଁଥିଲି । କିନ୍ତୁ ଶ୍ୱେତାଙ୍କୁ ଅଧିକ କାର୍ଯ୍ୟ କରିବାକୁ ପଡିବ କାରଣ ମୁଁ କୌଣସି ପିଲାଠାରୁ କମ୍ ନୁହେଁ । କିନ୍ତୁ ଏବେ ଆମ ଘରେ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ ଭାବେ ପରିପୂର୍ଣ୍ଣ ହେବାକୁ ଯାଉଛି ।

ଏହାକୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଗତ କିଛି ବର୍ଷ ଧରି ବହୁତ ପରିଶ୍ରମ କରିଛି କାରଣ ମୁଁ ମୋ ପତ୍ନୀ ଏବଂ ପରିବାରକୁ ଏକ ଭଲ ଜୀବନଶୈଳୀ ଦେବାକୁ ଚାହୁଁଥିଲି। ଏହା ବହୁତ ଭଲ ଯେ ଆମେ ଏକ ପରିବାର ଆରମ୍ଭ କରିବାକୁ ଯାଉଛୁ । ଏହା ସହ ସେ କହିତିଲେ କି ମୁଁ ଚାହେଁ କି ମୋର ଗୋଟିଏ ଝିଅ ହେଉ କାରଣ ଝିଅମାନେ ବାପାମାନଙ୍କର ବହୁତ ନିକଟତର ହୋଇଥାନ୍ତି ।

Spread the love