ଉଦିତ୍‌ ନାରାୟଣଙ୍କ କଣ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ବର୍ଣ୍ଣନା, କହିଲେ ମୋର ସୌଭାଗ୍ୟ ମୁଁ ଗାଉଛି…

ଭୁବନେଶ୍ୱର, ୨୮/୧୨: ‘ହେ ନବିନ୍‌ ବାବୁ ଆମେ ତମ ଫ୍ୟାନ୍‌’ ଭଳି ଲୋକପ୍ରିୟ ଗୀତ ପରେ ଏବେ ପୁଣି ବଜାରକୁ ଆସୁଛି ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକଙ୍କୁ ନେଇ ଆଉ ଏକ ଗୀତ । ଯାହାକୁ ଗାଇଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ । ସେ ଏହି ଗୀତ ଗାଇବା ପୂର୍ବରୁ ନବୀନଙ୍କୁ ସେ ଭୁରି ଭୁରି ପ୍ରଂଶସା କରିଛନ୍ତି । ସେ କହିଛନ୍ତି ଯେ ଦେଶର ସବୁଠାରୁ ଲୋକପ୍ରିୟ ଏବଂ ଆଦରଣୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଏକ ଗୀତ ଗାଇବାର ସୌଭାଗ୍ୟ ମତେ ପ୍ରାପ୍ତ ହୋଇଛି । ଏହି ଗୀତରେ ଆମ ମୁଖ୍ୟମନ୍ତ୍ରୀ କେତେ ସ୍ୱଚ୍ଛ, ନିର୍ମଳ, ଲୋକ ଆଦୃତ ସେ ନେଇ ବର୍ଣ୍ଣନା କରାଯାଇଥିବା ସେ ପ୍ରକାଶ କରିଛନ୍ତି.

ଏହି ଗୀତର ନିର୍ଦ୍ଦେଶକ ରହିଛନ୍ତି ଓଡ଼ିଆ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀକୁ ସୁପରହିଟ୍‌ ଗୀତ ଭେଟି ଦେଇଥିବା ଜାପାନୀ ଭାଇ ଏବଂ ଗୀତକୁ ରଚନା କରିଛନ୍ତି ତପୁ ନାୟକ । ଆଜି ଏହି ଗୀତର ଟିଜର୍‌ ରିଲିଜ୍‌ ହୋଇଛି । ଏହାର ପ୍ରଥମ ପଦ ‘ବିଶ୍ୱ ଦରବାରେ ଜଗନ୍ନାଥ ଦେଶ ସମ୍ମାନୀତ ହେଉଥିବ’ ରହିଛି । ତେବେ ଏହା ଶ୍ରୋତାଙ୍କ ପାଖରେ ବେଶ୍‌ ଲୋକାଦୃତ ହେବ ବୋଲି ଆଶା କରାଯାଉଛି ।

Spread the love