ଆଜି ପୁଣି ବସିବ କୁଳପତି ବୈଠକ, ୟୁଜି ଓ ପିଜି ପରୀକ୍ଷା ନେଇ ହେବ ନିଷ୍ପତ୍ତି

ଭୁବନେଶ୍ୱର ୧୮।୦୬: ଆଜି ପୁଣି ବସିବ କୁଳପତି ବୈଠକ। ୟୁଜି ଓ ପିଜି ପରୀକ୍ଷା ନେଇ ଆଜି ନିଷ୍ପତ୍ତି କରାଯିବ। ରାଜ୍ୟ ବିଶ୍ବବିଦ୍ୟାଳୟ ସମେତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେଉଁ ପଦ୍ଧତିରେ ଅନୁଷ୍ଠିତ ହେବ, ସେନେଇ ଆଜି ନିଷ୍ପତ୍ତି ନିଆଯିବ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚ୍ୟୁଆଲ ମୋଡ଼ରେ ଅନୁଷ୍ଠିତ ହେବାକୁ ଥିବା କୁଳପତି ସମ୍ମଳନୀରେ ଚୂଡ଼ାନ୍ତ ମୋହର ଲାଗିବାର ସମ୍ଭାବନା ଅଧିକ ରହିଛି। ପୂର୍ବରୁ ଗତ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନେ ସେମାନଙ୍କ ଅଧୀନ ସ୍ବୟଂଶାସିତ କଲେଜ, ଡିଗ୍ରି କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି। ସମସ୍ତଙ୍କ ମତାମତକୁ ଆଧାର କରି ଆଜି ପରୀକ୍ଷା କେମିତି ହେବ , ଯଦି ହେବ କେଉଁ ମାସରେ ହେବ । ସେନେଇ ନିଷ୍ପତ୍ତି ନିଆଯିବ। ଦିନ ୧୦ ଟାରେ ଭର୍ଚ୍ୟୁଆଲମୋଡରେ ରାଜ୍ୟର ବିଶ୍ବବିଦ୍ୟାଳର କୂଳପତିମାନଙ୍କ ସହ ଆଲୋଚନା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

Spread the love