ଋଷ ଟାର୍ଗେଟରେ ୟୁକ୍ରେନର ରାଷ୍ଟ୍ରପତିଙ୍କ ପରିବାର
ନୂଆଦିଲ୍ଲୀ ୨୬/୦୨: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିବାରେ ଲାଗିଛି ଋଷ ସେନା । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଖୁବ ଅସହାୟ ଥିବା ପରି ମନେଉଛି । ତଥାପି, ସେମାନେ ଋଷର ସେନା ସହ ଦୃଢ ମୁକାବିଲା କରୁଛନ୍ତି । ସେ କହିଛନ୍ତି ଯେ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବେ । ରାଷ୍ଟ୍ରପତି ଜେଲେନସ୍କିଙ୍କ ଭିଡିଓଗୁଡ଼ିକ କ୍ରମାଗତ ଭାବରେ ଭାଇରାଲ ହେଉଛି ।
ସମ୍ପ୍ରତି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଏକ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଅସହାୟ ତଥା ଭାବପ୍ରବଣ ହୋଇପଡିଛନ୍ତି । ଜେଲେନସ୍କି କହିଛନ୍ତି ଯେ ମୁଁ ଋଷର ପ୍ରଥମ ଟାର୍ଗେଟ ଏବଂ ମୋ ପରିବାର ଦ୍ୱିତୀୟ ।
ଅନ୍ୟ ନେତାଙ୍କ ତୁଳନାରେ ୪୪ବର୍ଷିୟ ୟୁକ୍ରେନ ଭୋଲୋଡିମିର ଜେଲେନସ୍କିଙ୍କ ଜୀବନ ଏବଂ କ୍ୟାରିୟର କଷ୍ଟସାଧ୍ୟ ବୋଲି ଜଣାଯାଇଛି । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ଅନେକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ରାଷ୍ଟ୍ରପତି ଜେଲେନସ୍କି ୨୦୦୦ରେ କଳିଭ ନ୍ୟାସନାଲ ଇକୋନୋମିକ୍ ୟୁନିଭରସିଟିରୁ ଆଇନ ଡିଗ୍ରୀ ହାସଲ କରିଥିଲେ ।
ୟୁକ୍ରେନର ପ୍ରଥମ ଲେଡି ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପତ୍ନୀ ହେଉଛନ୍ତି ଓଲେନା ଭୋଲୋଡିମିରିଭନା ଜେଲେନସ୍କା । ଓଲେନା, ୟୁକ୍ରେନ ସ୍ଥପତି, ସ୍କ୍ରିନ୍ ରାଇଟର୍ । ଡିସେମ୍ବର ୨୦୧୯ ରେ, ଜେଲେନସ୍କା ଫୋକସ୍ ମାଗାଜିନ ଦ୍ୱାରା ୧୦୦ ଟି ପ୍ରଭାବଶାଳୀ ୟୁକ୍ରେନୀୟ ତାଲିକାରେ ୩୦ ତମ ସ୍ଥାନ ଅଧିକାର କରିଥିଲେ ।
୨୦୦୩ରେ ଓଲେନା ଜେଲେନସ୍କା ଏବଂ ରାଷ୍ଟ୍ରପତି ଭୋଲୋଡିମିରଙ୍କ ବିବାହ ହୋଇଥିଲା । ଖବର ଅନୁଯାୟୀ, ଓଲେନା କ୍ରିଭି ରିହ ନ୍ୟାସନାଲ ୟୁନିଭରସିଟିର ଆଲୁମନାସ୍ ଏବଂ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଯଦିଓ ଓଲିନା ଇଞ୍ଜିନିୟରିଂ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ସେ ସ୍କ୍ରିନ୍ ଲେଖିବାରେ ଯେତିକି କାମ କରିନଥିଲେ । ଓଲେନା ମଧ୍ୟ ଜଣେ ସାମାଜିକ କର୍ମୀ, ଅନେକ ସମୟରେ ତାଙ୍କୁ ସାମାଜିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । କରୋନା ମହାମାରୀ ସମୟରେ ମଧ୍ୟ ସେ ଅନେକ କାର୍ଯ୍ୟ କରିଥିଲେ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ତାଙ୍କ ପତ୍ନୀ ଓଲେନାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି । ତାଙ୍କ ଝିଅର ନାମ ଆଲେକ୍ସଜାଣ୍ଡାର ଏବଂ ପୁଅର ନାମ କିରିଲୋ । ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ତାଙ୍କ ପରିବାର ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଉଭୟ ପିଲା ନଜର ଆସିଛନ୍ତି ।