ଋଷ ବିରୋଧରେ ମୈଦାନକୁ ଆସିଲେ ୟୁକ୍ରେନର ମହିଳା ସାଂସଦ, ବନ୍ଧୁକ ଧରି କହିଲେ ରୁଷ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ ୨୬/୦୨: ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ତୃତୀୟ ଦିନ । ଗୋଟିଏ ପଟେ ଋଷର ସୈନ୍ୟମାନେ ଧୀରେ ଧୀରେ ଆଗକୁ ବଢୁଛନ୍ତି । ୟୁକ୍ରେନର ମାଟି ନଷ୍ଟ କରୁଛନ୍ତି ଏବଂ ଦଖଲ କରୁଛନ୍ତି । ଅନ୍ୟ ପଟେ ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନୁହେଁ । ୟୁକ୍ରେନ କହିଛି ଯେ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ।

ଏହି ସମୟରେ ୟୁକ୍ରେନର ସାଂସଦ କିରା ରୁଡିକଙ୍କ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟୁଇଟ୍ କରି ସେ ଲେଖିଛନ୍ତି ଯେ ୟୁକ୍ରେନର ପ୍ରତ୍ୟେକ ପୁରୁଷ ଏବଂ ମହିଳା ଋଷ ଅତ୍ୟାଚାରକାରୀଙ୍କ ଆଗରେ ଅସ୍ତ୍ର ଉଠାଇବାକୁ ପ୍ରସ୍ତୁତ ଅଛନ୍ତି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିର୍ଣ୍ଣାୟକ ମୋଡ ନେବାକୁ ଲାଗିଲାଣି ।

ଯେଉଁଠି ଋଷ ସୈନିକ ଧୀରେ ଧୀରେ ରାଜଧାନୀ କିବଠାରୁ ଆଗରେ ଥିବା ବେଳେ ସେପଟେ କିନ୍ତୁ ୟୁକ୍ରେନ ସେନା ସରେଣ୍ଡର କରିବାକୁ ନାରାଜ । ଖବର ଅଛି ଆମେରିକା ଏବଂ ପଶ୍ଚିମ ଦେଶ ସିଧାସଳଖ ଯୁଦ୍ଧ କ୍ଷତ୍ରକୁ ଓହ୍ଲାଉନାହାଁନ୍ତି କିନ୍ତୁ ପରୋକ୍ଷ ଭାବେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେଇ ସହଯୋଗ କରୁଛନ୍ତି । ଏହାରି ଭିତରେ ୟୁକ୍ରେନର ଯୁବପିଢୀ ଋଷ ସୈନିକ ବିରୋଧରେ ଲଢେଇ କରିବାରେ ଆଗୁଆ ଅଛନ୍ତି ।

ଏମାନଙ୍କ ମଧ୍ୟରେ ଜଣେ ଅଛନ୍ତି ୟୁକ୍ରେନ ସାଂସଦ କିରା ଋଡିକ୍ । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ ୟୁକ୍ରେନର ପ୍ରତ୍ୟେକ ପୁରୁଷ ଏବଂ ମହିଳା ଅସ୍ତ୍ରଶସ୍ତ୍ର ଉଠାଇବାକୁ ଆଗେଇ ଆସ । ଆକ୍ରମଣକାରୀ ଋଷର ସୈନ୍ୟ ବିରୁଦ୍ଧରେ ଲଢିବାକୁ ପ୍ରସ୍ତୁତ ଅଛନ୍ତି । ଫେବୃଆରୀ ୨୫ରେ ପୋଷ୍ଟ ହେବା ପରେ ଟ୍ୱିଟରରେ କାଲାଶି କ୍ରୋବ ରାଇଫଲ ସହିତ ରୁଡିକଙ୍କ ଫଟୋ ଭାଇରାଲ ହୋଇଛି ।

Spread the love