କାବୁଲରୁ ୟୁକ୍ରେନ ବିମାନ ଅପହରଣ! ଅସ୍ତ୍ରଶସ୍ତ୍ର ଧରିଥିବା କିଛି ଅଜ୍ଞାତ ବ୍ୟକ୍ତି ବିମାନକୁ ଅପହରଣ କରିଥିବା ସୂଚନା

କାବୁଲ: ଅପହରଣ ହେଲା ୟୁକ୍ରେନ ବିମାନ। କାବୁଲକୁ ଯୁକ୍ରେନବାସୀଙ୍କୁ ନେବାକୁ ଆସିଥିବା ଏକ ବିମାନ ଅପହରଣ ହୋଇଥିବା ନେଇ ୟୁକ୍ରେନ ଦାବି କରିଥିଲା। ହେଲେ ଏବେ ନିଜ ଦାବିକୁ ପ୍ରତ୍ୟାହାର କରିଛି ୟୁକ୍ରେନ। ୟୁକ୍ରେନ ପ୍ରଥମେ ଦାବି କରିଥିଲା ଯେ, ବିମାନକୁ କାବୁଲ ବିମାନବନ୍ଦରରୁ ଅପହରଣ କରାଯାଇ ଇରାନ ନିଆଯାଇଛି। ହେଲେ ଇରାନ ପକ୍ଷରୁ ଏହି ଦାବିକୁ ଖଣ୍ଡନ କରାଯିବା ପରେ ଏବେ ୟୁକ୍ରେନ ନିଜ ଦାବି ପ୍ରତ୍ୟାହାର କରିଛି ।

ଇରାନର ବେସାମରିକ ବିମାନ ଚଳାଚଳ ସଂଗଠନର ମୁଖପାତ୍ର ଅବାସ ଆସଲାନି ଏହି ଦାବିକୁ ଅସ୍ୱୀକାର କରି କହିଛନ୍ତି ଯେ, ବିମାନ ଗତକାଲି ମଶହାଦ ବିମାନବନ୍ଦର (ଉତ୍ତର-ପୂର୍ବ ଇରାନ) କୁ ଇନ୍ଧନ ଭରିବା ପାଇଁ ଆସିଥିଲା ଏବଂ ଇନ୍ଧନ ଭରିବା ପରେ ଏହା ରାତି ୯ଟା ୫୦ରେ ୟୁକ୍ରେନକୁ ଉଡ଼ାଣ କରିଥିଲା। ତେବେ ବିମାନ ଏବେ କେଉଁଠି ଅଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ କିଛି ଅଜ୍ଞାତ ଲୋକ ବିମାନଟିକୁ ହାଇଜାକ କରିଛନ୍ତି । ତେବେ କେଉଁମାନେ ବିମାନଟିକୁ ଅପହରଣ କରିଛନ୍ତି ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ କିଛି ସମୟ ପୂର୍ବରୁ ୟୁକ୍ରେନ ପକ୍ଷରୁ କୁହାଯାଇଥିଲା ଯେ, ଗତ ରବିବାର ଦିନ ଆମ ବିମାନକୁ କିଛି ଅଜଣା ଲୋକମାନେ ଅପହରଣ କରି ନେଇଥିଲେ। ମଙ୍ଗଳବାର ଦିନ ଏହି ବିମାନଟି ଆମଠାରୁ ଚୋରି ହୋଇଯାଇଥିଲା। ବିମାନରେ ୟୁକ୍ରେନବାସୀଙ୍କ ଅପେକ୍ଷା ଅଜ୍ଞାତ ଯାତ୍ରୀ ଥିଲେ, ଯାହା ଇରାନକୁ ଉଡ଼ାଣ କରିଥିଲା। ଆମର ପରବର୍ତ୍ତୀ ତିନୋଟି ସ୍ଥାନାନ୍ତର ଉଦ୍ୟମ ମଧ୍ୟ ସଫଳ ହୋଇପାରିଲା ନାହିଁ କାରଣ ଆମ ଲୋକମାନେ ବିମାନବନ୍ଦରରେ ପ୍ରବେଶ କରିପାରିନଥିଲେ |

Spread the love