ପୁଟ୍ଟିନ୍‌ଙ୍କୁ ହିଟଲର୍‌ ସହ ତୁଳନା କଲେ ୟୁକ୍ରେନ୍‌ ରାଷ୍ଟପ୍ରତି

ନୂଆଦିଲ୍ଲୀ ୨୪/୦୨: ହିଟଲରୀ ଶାସକ ଭ୍ଲାଦିମିର୍‌ ପୁଟ୍ଟିନ୍‌ ! ୟୁକ୍ରେନ୍‌ ଉପରେ ଜାରି ରଖିଛନ୍ତି ଦମନଲୀଳା । ଘମାଘୋଟ ଯୁଦ୍ଧ ମଧ୍ୟରେ ଟ୍ବିଟର୍‌ ପେଜ୍‌ରେ ପୁଟ୍ଟିନ୍‌ଙ୍କ କାର୍ଟୁନ୍‌ ଫଟୋ ପୋଷ୍ଟ କରିଛି ୟୁକ୍ରେନ୍‌ । ଯେଉଁଥିରେ ଜର୍ମାନୀ ଏକଛତ୍ରବାଦୀ ଶାସକ ଆଡଲଫ୍‌ ହିଟ୍‌ଲର୍‌ଙ୍କ ସହ ଋଷ ରାଷ୍ଟ୍ରପତି ନୁଟ୍ଟିନ୍‌ଙ୍କୁ ତୁଳନା କରାଯାଇଛି । ହିଟ୍‌ଲର୍‌ ପୁଟ୍ଟିନ୍‌ଙ୍କୁ ଦେଖି ହସୁଥିବା କାର୍ଟୁନ୍‌ରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ୟୁଜରମାନେ ଏହି କାର୍ଟୁନ୍‌ ଫଟୋକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । କେହିକେହି ଏହାକୁ ମଜାଳିଆ ଢଙ୍ଗରେ ନେଉଥିବା ବେଳେ, ଆଉ କିଛି ଏହା ଉଚିତ୍‌ ସମୟ ନୁହେଁ ବୋଲି ମତ ଦେଉଛନ୍ତି । ଗୋଟିଏ ପଟେ ଉଭୟ ଦେଶ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ । କେହି କାହାରିକୁ ଛାଡିବାକୁ ନାରାଜ୍ । ଅନ୍ୟପଟେ, ଦୁଇ ଦେଶ ଯୁଦ୍ଧ ମଧ୍ୟରେ ବିଶ୍ବବାସୀ ଚିନ୍ତିତ ।

ଅନେକ ଦିନ ହେଲା ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିଲା ଟକରାଟକରି । ତମାମ୍‌ ଚର୍ଚ୍ଚା ମଧ୍ୟରେ ଗୁରୁବାର ସକାଳେ ୟୁକ୍ରେନ୍‌ ଉପରେ ହଠାତ୍‌ ଆକ୍ରମଣ କରିଥିଲା ଋଷ । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡାଇମଏର ଜେଲେଂସ୍କି କହିଛନ୍ତି “ ଯେଉଁମାନେ ଏବେ ଏବି ସେମାନଙ୍କ ବିବେକ ହରାଇ ନାହାଁନ୍ତି ସେମାନେ ସମସ୍ତେ ଋଷ ବିରୋଧରେ ୟୁକ୍ରେନ୍ ସହିତ ମିଶି ଅସ୍ତ୍ର ଉଠାଇବା ଦରକାର। ୟୁକ୍ରେନ୍‌ର ସମସ୍ତ ନାଗରିକଙ୍କ ପାଇଁ ଅସ୍ତ୍ରଶସ୍ତ୍ର କଟକଣା ଉଠାଇ ଦିଆଯିବ। ଯେଉଁମାନେ ଋଷ ବିରୋଧରେ ନିଜ ଦେଶ ପାଇଁ ଲଢ଼ିବାକୁ ଚାହିଁବେ ସେମାନଙ୍କୁ ଅସ୍ତ୍ର ଯୋଗାଇ ଦିଆଯିବ।”

ତା ସହିତ ମୋସ୍କୋ  ବିରୋଧରେ ବିକ୍ଷୋଭ କରିବାକୁ ମଧ୍ୟ ୟୁକ୍ରେନ୍ ତା ଲୋକମାନଙ୍କୁ ଅନୁରୋଧ କରିଛି। ଋଷର ଆକ୍ରମଣକୁ  ନାଜି ଜର୍ମାନୀ ଆକ୍ରମଣ ସହିତ ତୁଳନା କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ବିଶ୍ୱ ଯୁଦ୍ଧ ୨ ସମୟର ଯେମିତି ନାଜୀ ସେନା ଆକ୍ରମଣ କରିଥିଲା ଋଷ ମଧ୍ୟ ଠିକ୍ ସେମିତି ଆକ୍ରମଣ ବିଶ୍ୱାସଘାତ କରି ଆକ୍ରମଣ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି। କିନ୍ତୁ ୟୁକ୍ରେନ୍ ତା ସ୍ୱାଧୀନତା ପାଇଁ ଯୁଦ୍ଧ କରି ଜାରି ରଖିବ ବୋଲି  ଜେଲେନସ୍କି କହିଛନ୍ତି।

Spread the love