ରୁଷିଆ-ୟୁକ୍ରେନ୍‌ ଗସ୍ତରେ ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ:ଏବେବି ଜାରି ରହିଛି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ । ଫେବ୍ରୁଆରୀ ୨୪ରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଆସନ୍ତା ସପ୍ତାହରେ ରୁଷିଆ ଓ ୟୁକ୍ରେନ୍‌ ଗସ୍ତରେ ଯିବେ ଜାତିସଂଘ ମୁଖ୍ୟ । ଆସନ୍ତା ୨୬ ତରିଖ ଦିନ ଜାତିସଂଘ ମହାସଚିବ ଆ​‌ଣ୍ଟୋନିଓ ଗୁଟେରେସ ରୁଷିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୮ ତାରିଖରେ ଜାତିସଂଘ ମହାସଚିବ ୟୁକ୍ରେନ୍‌ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଦୁଇ ଦେଶକୁ ଗସ୍ତ କରିବା ସହ ଭ୍ଲାଦିମିର ପୁଟିନ ଓ ଜେଲେନସ୍କିଙ୍କ ସହ ଆ​‌ଣ୍ଟୋନିଓ ଗୁଟେରେସ ଆଲୋଚନା କରିବେ ।କୁହାଯାଉଛି ଏହି ଆଲୋଚନାରେ ରୁଷଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପ୍ରସଙ୍ଗ ଉଠାଯିବ।

Spread the love