କକା ଏବଂ ଖୁଡିଙ୍କୁ ଶାବଳ ଭୁସି ହତ୍ୟାକଲା ପୁତୁରା

ରାଇରଙ୍ଗପୁର ୨୪/୦୮ : ରାଇରଙ୍ଗପୁର ଅନ୍ତର୍ଗତ ତିରିଂ ଥାନା ଦେଉରାଡିହି ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ପୁତୁରାର ଶାବଳ ମାଡରେ କକା ଏବଂ ଖୁଡିଙ୍କର ମୃତ୍ୟୁ ଘଟିଛି । ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ପୁତୁରାଜଣକ ଆତ୍ମସମର୍ପଣ କରିଥିବା ଜଣାପଡିଛି । ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Spread the love