UNHRCରୁ ଋଷିଆ, ଚୀନ ଓ ପାକିସ୍ତାନକୁ ବାହାର କରିବା ଲାଗି ଜେନେଭା ଶିଖର ସମ୍ମିଳନୀରେ UN ୱାଚ୍‌ର ଦାବି

ଜେନେଭା ୬।୪: ୟୁନାଇଟେଡ୍ ନେସନସ୍ ୱାଚ୍ (ୟୁଏନୱାଚ୍)ଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ହିଲେଲ ନ୍ୟୁୟର ମାନବାଧିକାର ଓ ଗଣତନ୍ତ୍ର ଲାଗି  ଋଷିଆ, ଚୀନ୍ ଓ ପାକିସ୍ତାନକୁ ଜାତିସଂଘ ମାନବାଧିକାର ପରିଷଧ (ୟୁଏନଏଚଆରସି)ରୁ ବହିଷ୍କାର ଲାଗି ୨୦୨୨ ଜେନେଭା ଶିଖର ସମ୍ମିଳନୀଙ୍କୁ ବୁଧବାର ଅନୁରୋଧ କରିଛନ୍ତି।  ଋଷକୁ ବାହାର କରିବା ଲାଗି ୟୁକ୍ରେନ ଉପରେ ଆକ୍ରମଣ, ଚୀନ୍‌ ଲାଗି ମାନବାଧିକାରର ଉଲ୍ଲଂଘନ ଓ ପାକିସ୍ତାନକୁ ଆତଙ୍କବାଦ କାରଣରୁ ୟୁଏନଏଚଆରସିରୁ ବହିଷ୍କାର ଲାଗି ନ୍ୟୁୟର ଦାବି କରିଛନ୍ତି।

ଚତୁର୍ଦ୍ଦଶତମ ଜେନେଭା ଶିଖର ସମ୍ମିଳନୀରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ନ୍ୟୁୟର କହିଛନ୍ତି ଯେ ‘ଆଜି ଆମେ ଏକ ଅସାଧାରଣ ପରିସ୍ଥିତିରେ ପରସ୍ପରକୁ ଭେଟୁଛେ। ସେ କହିଛନ୍ତି ଯେ ହୁଏତ ଇତିହାସରେ ଏହା ଦ୍ୱିତୀୟବାର ହୋଇପାରେ ଯେତେବେଳେ ଆମେ ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ଙ୍କ ସଦସ୍ୟଙ୍କୁ ୟୁଏନଏଚଆରସିରୁ ଆମେ ବାହାରକୁ ରାସ୍ତା ଦେଖାଇପାରୁ। ଋଷକୁ ମାନବାଧିକାର ପରିଷଦରୁ ବାହାରକୁ ବାହାର କରିବା ପାଇଁ ଆମେ ୟୁକ୍ରେନ ଓ ଅନ୍ୟ ଇୟୁରୋପୀୟ ଦେଶଙ୍କ ସହ ମିଶି କାମ କରିବୁ ବୋଲି ଆମେରିକା ମଧ୍ୟ ଘୋଷଣା କରିଛି। ’

ନ୍ୟୁୟର କହିଛନ୍ତି ଯେ ଜେନେଭା ଶିଖର ସମ୍ମିଳନୀରେ ଆମେ ଶୋଷିତଙ୍କୁ ମଜଭୁତ କରେ। ତେବେ ଋଷିଆକୁ ଏବେ ମାନବାଧିକାର ପରିଷଦରୁ ବାହାର କରାଯିବା ନିଶ୍ଚିତ ବୋଲି ସେ ଦାବି କରିଛନ୍ତି। କାରଣ କେବଳ କିଛି ସଦସ୍ୟ ଏହା ବିପକ୍ଷରେ ମତଦାନ କରିବେ ଓ ଏତିଲାଗି ଜରୁରି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ଭୋଟ ଦେଉନଥିବା ଦେଶଙ୍କୁ ଏଥର ଗଣାଯିବ ନାହିଁ।

ୟୁକ୍ରେନ ରାଜଧାନୀ କିଭ ନିକଟସ୍ଥ ବୁଚାରେ ଋଷୀୟ ସୈନିକଙ୍କ ଦ୍ୱାରା ହୋଇଥିବା ବର୍ବରତା ର ସୂଚନା ସାମ୍ନାକୁ ଆସିବା ପରେ ମାନବାଧିକାର ପରିଷଦରୁ ଋଷିଆକୁ ବାହାର କରି ପାଇଁ ଦାବି ଏବେ ଜୋର ଧରିଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଋଷିଆର କଡ଼ା ନିନ୍ଦା କରିବା ସହ ସେମାନଙ୍କ ବିରୋଧରେ ଯୁଦ୍ଧ ଅପରାଧମୋକଦ୍ଦମା ରୁଜୁ ଦାବି ମଧ୍ୟ କରିଛନ୍ତି। ତେବେ ଋଷିଆ ଏପରି କୌଣସି ହିଂସାକୁ ଅଗ୍ରାହ୍ୟ କରିଦେଇଛି।

Spread the love