ବିଜେପି ବୈଠକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । ବିଜେଡିର ୨୦୨୪ ରଣନୀତି ନେଇ କହିଲେ…

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟକୁ ନେଇ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ ଆସିବା ପରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଇଛନ୍ତି ବଡ ବୟାନ । ଧର୍ମେନ୍ଦ୍ର କହିଛନ୍ତି ‘ବିଜେଡି ପାଖରେ ପଦ୍ମପୂୁର ବୟାନ ଥିଲେ ଆମ ପାଖରେ ଧାମନଗର ମଡେଲ ଅଛି । ଉଭୟ ଧାମନଗର ଓ ପଦ୍ମପୁର ନିର୍ବାଚନ ବିଜେପିକୁ ଶିକ୍ଷା ଦେଇଛି, ଯାହା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିକୁ ସାହାଯ୍ୟ କରିବ । ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରିବ ଦଳ । ଓଡ଼ିଶାବାସୀ ବିଜେପି ଠାରୁ ଏହା ଆଶା କରୁଛନ୍ତି । ଆଜିର ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନକୁ କିପରି ସୁଦୃଢ କରାଯିବ ସେନେଇ ଆଲୋଚନା ହେବ , ଯାହାକୁ ୨୦୨୪ରେ ଲାଗୁ କରାଯିବ’ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ୨୦୨୪ରେ କାହା ମଡେଲ କାମ ଦେବ ।

Spread the love